ନିର୍ବାଚନ ସରିଲେ ପେଟ୍ରୋଲ ଏବଂ ଡିଜେଲ ଦର ବଢିବ : ରାହୁଲ ଗାନ୍ଧି
ନୂଆଦିଲ୍ଲୀ : ଚାଲିଛି ୫ ରାଜ୍ୟର ବିଧାନସଭା ନିର୍ବାଚନ । ନିର୍ବାଚନ ଘୋଷଣା ହେବା ପରଠାରୁ ଦେଶରେ ପେଟ୍ରୋଲ ଦର ସ୍ଥିର ରହିଛି । ପୂର୍ବରୁ କିଛି ମସେ ଧରି ପେଟଲ୍ର ଦରରେ କ୍ରମାଗତ ବୃଦ୍ଧି ଘଟି ଚାଲିଥିଲା ତେବେ ଦରରେ ସ୍ଥିରତାକୁ ଦେଖି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି ।
ରାହୁଲ ଗାନ୍ଧି ଟୁଇଟ୍ କରି କହିଛନ୍ତି ଯେ ଲୋକମାନେ ନିଜ ଗାଡ଼ିର ଟାଙ୍କି ଭର୍ତ୍ତି କରାଇନେବା ଉଚିତ୍। କାରଣ ମୋଦୀ ସରକାରଙ୍କ ‘ନିର୍ବାଚନୀ ଅଫର୍’ ଶେଷ ହେବାକୁ ଯାଉଛି। ଉତ୍ତର ପ୍ରଦେଶ ନିର୍ବାଚନ ଥିବାରୁ ପଟ୍ରୋଲ ଏବଂ ଡିଜେଲ ଦର ବଢ଼ାଯାଉ ନାହିଁ। ନିର୍ବାଚନ ସରିଲେ ପେଟ୍ରୋଲ ଏବଂ ଡିଜେଲ ଦର ପୁଣି ଥରେ କେନ୍ଦ୍ର ସରକାର ବଢ଼ାଇବେ ବୋଲି କଂଗ୍ରେସ କହିଛି।