ଆଜି ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ ଆପଣଙ୍କ ସହରର ରେଟ୍
ନୂଆଦିଲ୍ଲୀ : ପୁଣି ବଢିଲା ପେଟ୍ରୋଲ ଡିଜେଲ ଦର ।ଚିନ୍ତାରେ ସରଧାରଣ ଲୋକେ । ରୁଷୋ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଭାରତରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି । ଚାରି ଦିନ ମଧ୍ୟରେ ତୃତୀୟ ଥର ପାଇଁ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇଛି । ପେଟ୍ରୋଲ ଲିଟର ପିଛା ୮୬ ପଇସା ଓ ଡିଜେଲ ଲିଟର ପିଛା ୮୫ ପଇସା ବୃଦ୍ଧି ପାଇଛି । ଅର୍ଥାତ ଚାରି ଦିନରେ ପେଟ୍ରୋଲ ଲିଟର ପିଛା ୨ଟଙ୍କା ୮୦ ପଇସା ଓ ଡିଜେଲ ଲିଟର ପିଛା ୨ ଟଙ୍କା ୬୭ପଇସା ବୃଦ୍ଧି ପାଇଛି ।
ଭାରତୀୟ ତୈଳ ନିଗମ ଅନୁଯାୟୀ ରାଜଧାନୀ ଦିଲ୍ଲୀରେ ୮୦ ପଇସା ବୃଦ୍ଧି ପରେ ଆଜି ମାର୍ଚ୍ଚ ୨୫ ତାରିଖ ସକାଳ ୬ଟା ବେଳଠାରୁ ଦିଲ୍ଲୀରେ ଡିଜେଲ୍ ଲିଟର୍ପିଛା ଟ. ୮୯.୦୭ ଏବଂ ପେଟ୍ରୋଲ୍ ଲିଟର୍ପିଛା ଟ. ୯୭.୮୧ରେ ବିକ୍ରୟ ହେଉଛି। ଦର ବୃଦ୍ଧି ପରେ ଭୁବନେଶ୍ବରରେ ପେଟ୍ରୋଲ ଲିଟର ୧୦୩ ଟଙ୍କା ୬୯ ପଇସାରୁ ୧୦୪ ଟଙ୍କା ୫୫ ପଇସାକୁ ବୃଦ୍ଧି ପାଇଛି । ସେହିପରି ଡିଜେଲ ଦର ଲିଟର ପିଛା ୯୩ ଟଙ୍କା ୪୪ ପଇସାରୁ ବୃଦ୍ଧି ପାଇ ୯୪ ଟଙ୍କା ୨୯ ପଇସାରେ ପହଞ୍ଚିଛି । ଲଗାତର ଭାବେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଉଥିବାରୁ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ପୂର୍ବରୁ ଚଳିତ ସପ୍ତାହର ମଙ୍ଗଳବାର ଏବଂ ବୁଧବାର ଦିନ ଉପରୋକ୍ତ ତୈଳ ଦର ବୃଦ୍ଧି ପାଇଥିଲା। ଯଦି ପୂର୍ବ ରେକର୍ଡ ଦେଖାଯାଏ ତେବେ ତେଲ ଦର ପ୍ରତି ଥର ଲିଟର ପିଛା ମୂଲ୍ୟ ୮୦ ପଇସା ବୃଦ୍ଧି ପାଉଛି ।
ଜାଣନ୍ତୁ ଆପଣଙ୍କ ସହରର ରେଟ୍
ଆପଣ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ମଧ୍ୟ ଏସଏମଏସ ମାଧ୍ୟମରେ ଜାଣିପାରିବେ । ଇଣ୍ଡିଆନ୍ ଓଏଲ୍ ୱେବସାଇଟ୍ ଅନୁଯାୟୀ, ଆପଣଙ୍କୁ RSP ଓ ଆପଣଙ୍କ ସିଟି କୋଡ୍ ଲେଖିବାକୁ ପଡିବ ଏବଂ ଏହାକୁ 9224992249 ନମ୍ବରକୁ ପଠାଇବାକୁ ପଡିବ । ପ୍ରତ୍ୟେକ ସହର ପାଇଁ କୋଡ୍ ଅଲଗା, ଯାହାକୁ ଆପଣ IOCL ୱେବସାଇଟରୁ ପାଇବେ ।
ଏଠାରେ ଚେକ୍ କରନ୍ତୁ-https://iocl.com/Products/PetrolDieselPrices.aspx
ଏଠାରେ କହି ରଖୁଛୁ ଯେ, ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଭାରତରେ ପ୍ରତିଦିନ ସମୀକ୍ଷା କରାଯାଏ । ପେଟ୍ରୋଲିୟମ କମ୍ପାନୀଗୁଡିକ ପ୍ରତିଦିନ ସକାଳ ୬ଟାରେ ନୂଆ ମୂଲ୍ୟ ଜାରି କରନ୍ତି । ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଭାଟ୍ ଏବଂ ଡିଲର କମିଶନ ଅନ୍ତର୍ଭୁକ୍ତ ଥାଏ ।