ରୁଷର ଆକ୍ରମଣ ପରେ ପ୍ରାଣ ବିକଳରେ ୟୁକ୍ରେନ ରାଜଧାନୀ ଛାଡ଼ୁଛନ୍ତି ଲୋକ
କିଏଭ୍: ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ଘୋଷଣା କରିବା ପରେ ୟୁକ୍ରେନରେ ବହୁ ସଂଖ୍ୟାରେ ଲୋକ ପ୍ରାଣ ବିକଳରେ ରାଜଧାନୀ କିଏଭ୍ ଛାଡି ପଳାଉଥିବା ଦେଖିବାକୁ ମିଳିଛି । ପୁଟିନଙ୍କ ଘୋଷଣାର କିଛି ସମୟ ପରେ ୟୁକ୍ରେନ ଉପରେ ବୋମା ବିସ୍ଫୋରଣ ଏବଂ କ୍ଷେପଣାସ୍ତ୍ର ମାଡ଼ ଆରମ୍ଭ ହୋଇଯାଇଛି ।
ୟୁକ୍ରେନର ରାଜଧାନୀ କିଏଭ୍ ରେ ଜରୁରୀକାଳୀନ ସାଇରନ୍ ବାଜିବା ଶୁଣିବାକୁ ମିଳୁଛି । ଏହାପରେ ଲୋକମାନେ ସହର ଛାଡ଼ି ପଳାଇବା ଆରମ୍ଭ କରିଛନ୍ତି । ଏକ୍ସପ୍ରେସଓ୍ବେରେ ବହୁ ସଂଖ୍ୟକ କାର୍ ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ପ୍ରତିକ୍ରିୟା ଦର୍ଶାଉଛି ଯେ ରୁଷର ଆକ୍ରମଣ ପରେ କିଏଭ୍ ରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଟେଲିଭିଜନ ଫୁଟେଜରେ ଲୋକମାନେ ରାସ୍ତାରେ ପ୍ରାର୍ଥନା କରୁଥିବା ଦେଖିବାକୁ ମିଳିଛି। ରାଜଧାନୀ କିଏଭର ରାଜରାସ୍ତାରେ ବହୁତ ଲୋକ ଏଟିଏମ ସୁପରମାର୍କେଟ ଆଗରେ ଲମ୍ବା ଧାଡିରେ ଠିଆ ହୋଇଥିବା ଦେଖିବାକୁ ମିଳିଛି ।