ଯାତ୍ରୀବାହୀ ଟ୍ରେନରେ ଅଗ୍ନିକାଣ୍ଡ, ଇଞ୍ଜିନ ସମେତ ଦୁଇଟି ବଗି ଜଳି ପୋଡ଼ି ପାଉଁଶ
ମେରଠ: ଏକ ଯାତ୍ରୀବାହୀ ଟ୍ରେନରେ ଅଗ୍ନିକାଣ୍ଡ ଘଟିଛି । ଶନିବାର ସକାଳେ ୟୁପିର ସାହାରନପୁରରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ଟ୍ରେନରେ ଅଗ୍ନିକାଣ୍ଡ ଘଟିଥିଲା । ଟ୍ରେନରେ ବ୍ରେକ୍ ଜାମ ଯୋଗୁଁ ଦୁଇଟି ବଗି ଜଳିପୋଡ଼ି ପାଉଁଶ ହୋଇଯାଇଛି ।
ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ ଟ୍ରେନ ଦୌରାଲା ଷ୍ଟେସନରେ ପହଞ୍ଚିବା ମାତ୍ରେ ଏହାର ଇଞ୍ଜିନ ତଳୁ ନିଆଁ ବାହାରୁଥିବା ଦେଖିବାକୁ ମିଳିଥିଲା । ଇଞ୍ଜିନ ନିକଟରେ ଥିବା କୋଚରେ ଥିବା ଯାତ୍ରୀମାନେ ଯେତେବେଳେ ପାଦ ତଳେ ଧୂଆଁ ଏବଂ ସ୍ପାର୍କ ବାହାରୁଥିବାର ଦେଖିଲେ, ସେମାନେ ଶବ୍ଦ ଶୁଣି ପ୍ଳାର୍ଟଫର୍ମରେ ଦୌଡିଥିଲେ । ପରେ ଅନ୍ୟ ଯାତ୍ରୀ ଏବଂ ଡ୍ରାଇଭରଙ୍କୁ ସତର୍କ କରାଯାଇଥିଲା । ଟ୍ରେନରେ ନିଆଁ ଲାଗିବା ମାତ୍ରେ ପଛ କୋଚରେ ଯାତ୍ରୀମାନଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଥିଲା । ଅନ୍ୟପଟେ, ଇଞ୍ଜିନରେ ନିଆଁ ଲାଗିବା ପରେ ନିଆଁ ପଛ କୋଚକୁ ନିଆଁ ଲାଗିଯାଇଥିଲା । ନିଆଁ ଏତେ ଶକ୍ତିଶାଳୀ ଥିଲାଯେ, କିଛି ସମୟ ମଧ୍ୟରେ ବଗି ପାଉଁଶ ହୋଇଯାଇଥିଲା । କିଛି ଯାତ୍ରୀଙ୍କ ସାହାଯ୍ୟରେ ଟ୍ରେନରେ ଅନ୍ୟ କୋଚଗୁଡ଼ିକ କାଟି ଅଲଗା କରାଯାଇଥିଲା । ତେବେ ଏଥିରେ କେହି ମୃତାହତ ହୋଇଥିବାର ସୂଚନା ମିଳିନାହିଁ ।