ପରୀ ମୃତ୍ୟୁ ମାମଲା : ଏସଏଲପି ଦାୟର ପାଇଁ ପରାମର୍ଶ
ନୂଆଦିଲ୍ଲୀ : ନୟାଗଡର ବହୁଚର୍ଚ୍ଚିତ ନାବାଳିକା ପରୀ ମୃତ୍ୟୁ ମାମଲାରେ ଆଜି ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣୀ ହୋଇଛି । ପୂର୍ବରୁ ପରୀ ମାମଲାରେ ସଠିକ୍ ତଦନ୍ତ ହୋଇନଥିବା ଅଭିଯୋଗ କରି ପରୀର ପରିବାର ଲୋକ ହାଇକୋର୍ଟରେ ରାଜ୍ୟ ସରକାରଙ୍କ ତଦନ୍ତ ବିରୋଧରେ ଅଭିଯୋଗ କରି ରିଟ୍ ପିଟିସନ୍ ଦାଖଲ କରିଥିଲେ । ମାତ୍ର ହାଇକୋର୍ଟ ଏହାକୁ ଖାରଜ କରିଦେଇଥିଲେ । ଏନେଇ ପରେ ପରୀର ବାପା ଓ ମା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।
ସୁପ୍ରିମକୋର୍ଟରେ ଆଜି ଏହି ମାମଲାର ଶୁଣାଣୀ ସମୟରେ ବିଚାରପତି ରାୟ ଦେଇ ହାଇକୋର୍ଟରେ ଏକ ଏସଏଲପି ଦାୟର କରିବା ପାଇଁ ପରାମର୍ଶ ଦେଇଛନ୍ତି । ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ୍ କରି ଏହି ସ୍ପେଶାଲ ଲିଭ୍ ପିଟିସନ୍ ଦାୟର କରିବାକୁ ସୁପ୍ରିମକୋର୍ଟ ପରୀର ପରିବାର ଲୋକଙ୍କୁ ପରାମର୍ଶ ଦେଇଛନ୍ତି । ପରୀ ମୃତ୍ୟୁ ମାମଲାରେ ରାଜ୍ୟ ସରକାରଙ୍କ ତଦନ୍ତରେ ନିରାଶ ହୋଇ ଶେଷରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ପରୀର ପରିବାର ଲୋକ । ତେବେ ପରୀ ମୃତ୍ୟୁ କୁ ଦୀର୍ଘ ବର୍ଷେ ବିତି ଯାଇଥିଲେ ବି ଏବେବି ନ୍ୟାୟ ଅପେକ୍ଷାରେ ପରୀର ପରିବାର ଲୋକ । ଅନ୍ୟପଟେ ଏହି ମାମଲାର ପରବର୍ତ୍ତୀ ଶୁଣାଣୀ ଅଗଷ୍ଟ ୧୭ରେ ହେବାକୁ ଥିବା ବେଳେ ନ୍ୟାୟ ପାଇଁ ଏହି ମାମଲାରେ ସିବିଆଇ ତଦନ୍ତ ଦାବି କରିଛନ୍ତି ପରୀରର ମା’ ସୌଦାମିନୀ ଦେବୀ ।