ପାରାଦ୍ୱୀପ – ହରିଦାସପୁର ପାସେଞ୍ଜର ଟ୍ରେନ୍ ଚଳାଚଳ କରାଯାଉ
ଜଗତସିଂପୁର : ପାରାଦ୍ୱୀପ – ହରିଦାସପୁର ରେଳଲାଇନ୍ ରେ ପାସେଞ୍ଜର ଟ୍ରେନ୍ ଚଳାଚଳ ଦାବିରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି ବିଜେଡି ସାଂସଦ । ଏହି ଟ୍ରାକରେ ଯାତ୍ରୀ ସେବା ଉପଲବ୍ଧ ହେଲେ କେନ୍ଦ୍ରାପଡ଼ାବାସୀ ସ୍ୱାଧୀନତାର ୭୫ ବର୍ଷ ପରେ ସୁବିଧା ପାଇପାରିବେ ବୋଲି ସାଂସଦମାନେ ଜଣାଇଛନ୍ତି । ଏହି ପ୍ରତିନିଧି ଦଳରେ ସସ୍ମିତ ପାତ୍ର, ଅମର ପଟ୍ଟନାୟକ , ସୁଲତା ଦେଓ , ମମତା ମହାନ୍ତ , ନିରଂଜନ ବିଶି ପ୍ରମୁଖ ସାମିଲ ଥିଲେ ।