ପନ୍ତଙ୍କୁ ତାଗିଦ କରାଯିବା ଆବଶ୍ୟକ : ଗାଭାସ୍କର
ନୂଆଦିଲ୍ଲୀ : ଭାରତୀୟ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ କିଛି ଦିନ ଧରି ବ୍ୟାଟ୍ ମାଧ୍ୟମରେ ଭଲ ପ୍ରଦର୍ଶନ କରିବାରେ ସକ୍ଷମ ହେଉ ନାହାଁନ୍ତି । କ୍ରିକେଟ୍ ପ୍ରେମୀମାନେ ସୋସିଆଲ ମିଡିଆରେ ଏ ବିଷୟରେ ନିଜର ମତ ମଧ୍ୟ ରଖୁଛନ୍ତି । ବର୍ତ୍ତମାନ ପୂର୍ବତନ ଅଧିନାୟକ ତଥା ଜଣେ ମହାନ ବ୍ୟାଟ୍ସମ୍ୟାନ୍ ସୁନୀଲ ଗାଭାସ୍କର କହିଛନ୍ତି ଯେ ଡ୍ରେସିଂ ରୁମରେ ପନ୍ତଙ୍କୁ ତାଗିଦ କରାଯିବା ଆବଶ୍ୟକ । ଗାଭାସ୍କର ଅନୁଭବ କରୁଛନ୍ତି ଯେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ ନିଶ୍ଚିତ ଭାବରେ ଋଷଭ ପନ୍ତଙ୍କୁ ଶୁଣାଇଥିବେ କାରଣ ସେ ଯେଉଁ ପ୍ରକାର ସଟ୍ ଖେଳି ଆଉଟ୍ ହୋଇଛନ୍ତି, ତାହା କ୍ରିକେଟ୍ ପ୍ରେମୀମାନଙ୍କୁ ମଧ୍ୟ ନିରାଶ କରିଛି ।
ଜୋହାନ୍ସବର୍ଗରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଋଷଭ ପନ୍ତ ମାତ୍ର ୩ ଟି ବଲ ଖେଳି ଖାତା ଖୋଲି ନପାରି ପାଭିଲିୟନକୁ ଫେରିଥିଲେ । ଏହି ମ୍ୟାଚର ପ୍ରଥମ ଇନିଂସରେ ମଧ୍ୟ ପନ୍ତ ମାତ୍ର ୧୭ ରନ୍ ସ୍କୋର କରିବାରେ ସକ୍ଷମ ହୋଇଥିଲେ । ଋଷଭ ପନ୍ତ ଯେତେବେଳେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜର ଦ୍ୱିତୀୟ ଟେଷ୍ଟ ମ୍ୟାଚର ଆଉଟ୍ ହୋଇଥିଲେ, ସେତେବେଳେ ଭାରତ ସଂଘର୍ଷ କରୁଥିଲା । ଅଜିଙ୍କ୍ୟ ରାହାଣେ ଏବଂ ଚେତେଶ୍ୱର ପୂଜାରାଙ୍କ ଆଉଟ୍ ପରେ ସମସ୍ତ ଦାୟିତ୍ବ ପନ୍ତଙ୍କ ଉପରେ ଥିଲା କିନ୍ତୁ ସେ ଏକ ଦାୟିତ୍ବହୀନ ସଟ୍ ଖେଳି ଆଉଟ୍ ହୋଇ ଯାଇଥିଲେ ।
ସୁନୀଲ ଗାଭାସ୍କର କହିଛନ୍ତି ଯେ ପନ୍ତ ଅତୀତରେ ମଧ୍ୟ ଏହା କରିଛନ୍ତି । ଷ୍ଟାର ସ୍ପୋର୍ଟସର ଏକ ଆଲୋଚନାରେ ସେ କହିଛନ୍ତି ଯେ ଏହା ଏକ ଭଲ ପ୍ରଶ୍ନ । ଯଦି ଋଷଭ ପନ୍ତ ୩୦-୪୦ ରନ୍ ସ୍କୋର କରି ଏପରି କରିଥାନ୍ତେ, ତେବେ ଯାଇ ତାଙ୍କର ଏହି ସଟ୍ ବୁଝି ହୋଇଥାନ୍ତା । ଏହା ଏମିତି କିଛି ଯାହା ସେ ଅଷ୍ଟ୍ରେଲିଆରେ ମଧ୍ୟ କରିନାହାଁନ୍ତି । ସେଠାରେ ସେ ସଂଯମତା ଦେଖାଇଲେ । ଆରମ୍ଭରେ ଏକ କଷ୍ଟଦାୟକ ସମୟ ଆସିବ, ଯେତେବେଳେ ଆପଣ ବ୍ୟାଟିଂ କରି ଚାଲିବେ ଏବଂ କଠିନ ସମୟ ବ୍ୟାଟିଂ ସହିତ ଚାଲିଯିବ ଓ ଏହାପରେ ଆପଣ ସେଟ୍ ହୋଇଯିବେ, ସେତେବେଳେ ପିଚ୍ କିପରି ଅଛି ତାହା ଆପଣ ଭଲଭାବେ ଜାଣିପାରିବେ । ଏହା ପରେ ସେ ବଡ଼ ସଟ୍ ଖେଳିପାରିଥାନ୍ତେ । ଏହିପରି ସେ ଅଷ୍ଟ୍ରେଲିଆରେ ମଧ୍ୟ କରିଥିଲେ ।” ସେ କହିଛନ୍ତି, ‘ଇଂଲଣ୍ଡ ବିପକ୍ଷ ସିରିଜ ଆରମ୍ଭରେ ଆମେ ଏହା ଦେଖିଛୁ । ଯେତେବେଳେ ଇଂଲଣ୍ଡ ଦଳ ଭାରତକୁ ଆସିଲା, ସେତେବେଳେ ସେ ଜେମ୍ସ ଆଣ୍ଡରସନଙ୍କ ବଲରୁ ଭଲ ସଟ୍ ବାହାର କରିବାକୁ ଚେଷ୍ଟା କରୁଥିଲେ, କିନ୍ତୁ ଏହା ପରେ… ସେ ଅନୁଭବ କରନ୍ତି ଯେ ଏହା ଖେଳିବାର ଏକମାତ୍ର ଉପାୟ । ଏହା ଖେଳିବାର ଉପାୟ ନୁହେଁ ଏବଂ ମୁଁ ନିଶ୍ଚିତ ଯେ ରାହୁଲ ଦ୍ରାବିଡ ତାଙ୍କୁ ନିଶ୍ଚିତ ଭାବରେ ଡ୍ରେସିଂ ରୁମରେ ଶୁଣାଇଥିବେ ଯେପରି ସେ ଆଉଟ୍ ହୋଇ ଯାଇଥିଲେ ।”