ଭିଜିଲାନ୍ସ ଜାଲରେ ଫସିଲେ ପଞ୍ଚାୟତ ନିର୍ବାହୀ ଅଧିକାରୀ
ସମ୍ବଲପୁର : ଭିଜିଲାନ୍ସ ଜାଲରେ ଫସିଲେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଅଚ୍ୟୁତ ନନ୍ଦ ଖୁଣ୍ଟିଆ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ଚଢାଉ କରିଛି । ସେ ସମ୍ବଲପୁର ଯୁଯୁମୁରା ବ୍ଲକ ଝାଙ୍କରପାଲି ପାଞ୍ଚୟତରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଭବେ କାର୍ଯ୍ୟ କରନ୍ତି । ତେବେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ୩ଟି ସ୍ଥାନରେ ଚଢାଉ କରାଯାଇଛି । କୁଚିଣ୍ଡା ଏନଏସି ସ୍ଥିତ ଦୁଇ ମହଲା ବାସଭବନ, ନିଜ ପୈତୃକ ଘର ସୁବର୍ଣ୍ଣପାଲି, ଝଙ୍କରପାଲି ସ୍ଥିତ ଅଫିସରେ ଚଢାଉ ଜାରି ରହିଛି । ଏପର୍ଯ୍ୟନ୍ତ ତାଙ୍କ ମୋଟ ସମ୍ପତ୍ତି ନେଇ କୌଣସି ସବିଶେଷ ତଥ୍ୟ ସାମ୍ନାକୁ ଆସିନାହିଁ ।