ମେ ମାସ ୧୪ ଓ ୧୫ରେ ପଞ୍ଚଲିଙ୍ଗେଶ୍ୱର ମହୋତ୍ସବ
ନୀଳଗିରି : ଉତ୍ତର ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶୈବ ପୀଠ ବାଲେଶ୍ୱର ଜିଲା ନୀଳଗିରି ନିକଟ ବାବା ପଞ୍ଚଲିଙ୍ଗେଶ୍ୱର ପୀଠ । ଭକ୍ତଙ୍କ ପାଇଁ ଗତ ୨ବର୍ଷ ହେବ କୋଭିଡ୍ କଟକଣା ଯୋଗୁଁ ରାଜ୍ୟ ଓ କେନ୍ଦ୍ର ସରକାର ସମସ୍ତ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ରଖିଥିବା ବେଳେ ଚଳିତବର୍ଷ କରୋନାର ପ୍ରଭାବ କିଛି ମାତ୍ରାରେ କମ ଥିବାରୁ କୋଭିଡ୍ କଟକଣା ଭିତରେ ଆସନ୍ତା ମେ ମାସ ୧୪ ଓ ୧୫ ତାରିଖ ୨ଦିନ ଧରି ପଞ୍ଚଲିଙ୍ଗେଶ୍ୱର ମହୋତ୍ସବ କରାଯିବାର କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି
ପୂର୍ବତନ ବିଧାୟକ ଚିତରଞ୍ଜନ ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ଗୁରୁବାର ଏକ ଜରୁରୀ ବୈଠକ ଆୟୋଜନ କରାଯାଇଥିବା ବେଳେ ସର୍ବସମ୍ମତି କ୍ରମେ ମେ ମାସ ୧୪ ଓ ୧୫ ରେ ପଞ୍ଚଲିଙ୍ଗେଶ୍ୱର ମହୋତ୍ସବ କରାଯିବାର ନିଷ୍ପତ୍ତି ନିଆଯାଇଛି । ବୈଠକରେ ସ୍ଥାନୀୟ ସରପଞ୍ଚ ପୁରସ୍ତମ ସେଠୀ ସମାଜସେବୀ ମନୋରଞ୍ଜନ ଦାସ, ସମିତିସଭ୍ୟ ଭୋଳାନାଥ ମାଝି, ସମେତ ସ୍ଥାନୀୟ ଦୋକାନୀ ଗୋବିନ୍ଦ ଦାସ, ବାସୁଦେବ ଜେନା, ଅନିଲ ସେଠୀ, ପ୍ରଶାନ୍ତ ବିଶ୍ୱାଳ, ରବିନ୍ଦ୍ର ପଣ୍ଡା, ପ୍ରଶାନ୍ତ ଲେଙ୍କା, ମନୋଜ ପାତ୍ର, ସନାତନ ସେଠୀ, ପୂର୍ଣ୍ଣଚନ୍ଦ୍ର ଓଝା, ଶଙ୍କର୍ଷଣ ମଳିକ, ସିଦ୍ଧାର୍ଥ ସେଠୀ, ପ୍ରମୁଖ ଉପସ୍ଥିତ ଥିଲେ ।