ସୋମବାର ପାକିସ୍ତାନକୁ ମିଳିବ ନୂଆ ପ୍ରଧାନମନ୍ତ୍ରୀ! ଶେହବାଜ ସରିଫ ଓ ବିଲାୱାଲ୍ ଭୁଟ୍ଟୋଙ୍କୁ ନେଇ ଚର୍ଚ୍ଚା
ଇସଲାମାବାଦ : ଗାଦି ବଞ୍ଚାଇବା ପାଇଁ ବହୁତ ଚେଷ୍ଟା କଲାପରେ ବି ଇମ୍ରାନ ଖାନ ନିଜର ଆସନ ବଞ୍ଚାଇ ପାରିନାହାଁନ୍ତି । ଅନାସ୍ଥା ପ୍ରସ୍ତାବରେ ହାରିବା ପରେ ତାଙ୍କ ପ୍ରଧାନମନ୍ତ୍ରୀ ଆସନ ଚାଲିଯାଇଛି । ପାକିସ୍ତାନର ପ୍ରଧାନମନ୍ତ୍ରୀ ଏବେ କିଏ ହେବ ସେ ନେଇ ଚର୍ଚ୍ଚା ଜୋର ଧରିଛି । ତାଙ୍କ ସ୍ଥାନରେ ପାକିସ୍ତାନ ମୁସଲିମ ଲିଗ୍ର ନୱାଜର ନେତା ଶେହବାଜ ସରିଫ ପ୍ରଧାନମନ୍ତ୍ରୀ ହୋଇପାରନ୍ତି । ବିରୋଧୀ ଦଳଗୁଡ଼ିକ ରବିବାର ଶେହବାଜଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ବାଛିଚନ୍ତି । ସେହିପରି ସୋମବାର ପାକିସ୍ତାନକୁ ନୂଆ ପ୍ରଧାନମନ୍ତ୍ରୀ ମିଳିବ ବୋଲି ଜଣାପଡିଛି।
ଇମ୍ରାନ୍ ଖାନଙ୍କ ସରକାର ପତନ ପାଇଁ ‘ପାକିସ୍ତାନ ମୁସ୍ଲିମ୍ ଲିଗ୍’ (ନୱାଜ୍) ପାର୍ଟିର ଶରିଫ୍ ନିରବଚ୍ଛିନ୍ନ ଉଦ୍ୟମ କରିଥିଲେ। ସେହିପରି, ‘ପାକିସ୍ତାନ୍ ପିପୁଲସ୍ ପାର୍ଟି’ର ମୁଖ୍ୟ ବିଲାୱାଲ୍ ଭୁଟ୍ଟୋଙ୍କୁ ନୂତନ ସରକାରରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଭାବେ ନିଯୁକ୍ତି ମିଳିବାର ସମ୍ଭାବନା ରହିଛି । ପୂର୍ବରୁ ଶେହବାଜ୍ ତିନିଥର ପଞ୍ଜାବ ପ୍ରଦେଶର ମୁଖ୍ୟମନ୍ତ୍ରୀ ପଦରେ ଥିଲେ। ଅନ୍ୟ ପଟେ ବିଲ୍ୱାଲ୍ ଭୁଟ୍ଟୋ ହେଉଛନ୍ତି ପାକିସ୍ତାନର ଦିଂବଗତା ମୁଖ୍ୟମନ୍ତ୍ରୀ ବେନଜିର୍ ଭୁଟ୍ଟୋ ଏବଂ ପ୍ରାକ୍ତନ ରାଷ୍ଟ୍ରପତି ଅସିଫ୍ ଅଲି ଜର୍ଦାରିଙ୍କ ପୁଅ। ଏହି ସୂତ୍ରରେ ସେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ତଥା ପ୍ରଧାନମନ୍ତ୍ରୀ ଜୁଲ୍ଫିକର୍ ଅଲି ଭୁଟ୍ଟୋଙ୍କ ନାତି। ଶନିବାର ବିତର୍କରେ ସେ ପାର୍ଲାମେଣ୍ଟ୍ରେ ପୂର୍ବତନ ବୈଦେଶିକ ମନ୍ତ୍ରୀଙ୍କୁ କଟୁ ସମାଲୋଚନା କରି କରିଥିଲେ। ସୂଚନା ଥାଉକି, ଶେହବାଜ୍ ପାକିସ୍ତାନ ପଞ୍ଜାବରେ ୩ ଥର ମୁଖ୍ୟମନ୍ତ୍ରୀ ହୋଇସାରିଛନ୍ତି । ଏପଟେ ବିଲାୱାଲ ଭୁଟ୍ଟୋଙ୍କର ମଧ୍ୟ ରାଜନୈତିକ ଭିତ୍ତିଭୂମି ମଜଭୁତ ରହିଛି ।