ବିଶ୍ବ ଆତଙ୍କବାଦୀ ଘୋଷିତ ହେଲେ ପାକିସ୍ତାନର ଅବଦୁଲ ରେହମାନ ମାକ୍କି
ନୂଆଦିଲ୍ଲୀ : ପାକିସ୍ତାନର ଅବଦୁଲ ରେହମାନ ବିଶ୍ବ ଆତଙ୍କବାଦୀ ଘୋଷିତ । ମିଳିତ ଜାତିସଂଘ ସୁରକ୍ଷା ପରିଷଦ ପକ୍ଷରୁ ଅବଦୁଲ ରେହମାନ ମାକ୍କିକୁ ବିଶ୍ବ ଆତଙ୍କବାଦୀ ବୋଲି ଘୋଷଣା କରାଯାଇଛି। ସେ ଲସ୍କର-ଇ-ତୋଇବା ମୁଖ୍ୟ ତଥା ୨୬/୧୧ ଆକ୍ରମଣ ଘଟଣାର ମାଷ୍ଟର ମାଇଣ୍ଡ ହାଫିଜ ସଇଦର ଶାଳକ।
ମିଳିତ ଜାତିସଂଘ ସୁରକ୍ଷା ପରିଷଦ ପକ୍ଷରୁ ଗତବର୍ଷ ଜୁନରେ ଅବଦୁଲ ରେହମାନଙ୍କୁ ବିଶ୍ବ ଆତଙ୍କବାଦୀ ଘୋଷଣା ପ୍ରସ୍ତାବକୁ ଚୀନ ଅଟକାଇ ଦେଇଥିଲା। ସୂଚନାଯୋଗ୍ୟ ଯେ, ଅବଦୁଲ ରେହମାନର ଭାରତର ଜମ୍ମୁକଶ୍ମୀରରେ ବିଭିନ୍ନ ପ୍ରକାର ଆତଙ୍କବାଦୀ କାର୍ଯ୍ୟକଳାପରେ ହାତ ରହିଛି। ଏହା ଜଣାପଡିବା ପରେ ଭାରତ ପକ୍ଷରୁ ତାକୁ ବିଶ୍ବ ଆତଙ୍କବାଦୀ ତାଲିକାରେ ସାମିଲ କରିବା ଲାଗି ଦାବି କରାଯାଇଥିଲା।