ପଦ୍ମଶ୍ରୀ ଡ. ଦମୟନ୍ତୀ ବେଶ୍ରାଙ୍କୁ ଜ୍ଞାନଶ୍ରୀ ମହାସମ୍ମାନ
ବାଲେଶ୍ୱର : ସ୍ୱେଚ୍ଛାସେବୀ ସଂଗଠନ ଜ୍ଞାନଶ୍ରୀ ଆନୁକୂଲ୍ୟରେ ଏକାଦଶ ଥର ପାଇଁ ରାଜ୍ୟସ୍ତରୀୟ ପ୍ରତିଭା ସମ୍ମାନ ଉତ୍ସବ ଜ୍ଞାନଶ୍ରୀ ପ୍ରତିଭା ସମ୍ମାନ-୨୦୨୨ସହରର ପ୍ରବେଶ ଦ୍ୱାର କୁରୁଡ଼ା ଠାରେ ଆୟୋଜିତ ହୋଇଯାଇଛି । ଏହି ଉତ୍ସବକୁ ମାନ୍ୟବର ଭାଷା, ସାହିତ୍ୟ, ସଂସ୍କୃତି, ପର୍ଯ୍ୟଟନ ଏବଂ ଅବକାରୀ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିବାବେଳେ ପ୍ରତିଭା ସମ୍ମାନ ଉତ୍ସବ କମିଟିର ସଭାପତି ସୁବାସିନୀ ଜେନା ସଭାପତିତ୍ୱ କରିଥିଲେ । ଜ୍ଞାନଶ୍ରୀର ସମ୍ପାଦକ ପ୍ରଶାନ୍ତ କୁମାର ପଟେଲଙ୍କ ସଂଯୋଜନାରେ ଆୟୋଜିତ ଉତ୍ସବରେ ବିଧାୟକ ସୁଧାଂଶୁ ଶେଖର ପରିଡା, ରେମୁଣା ବ୍ଲକ ଅଧ୍ୟକ୍ଷ ରାଜେନ୍ଦ୍ର ରାଉତ, କୁରୁଡା ଗ୍ରାପ ସରପଂଚ ତାପସ କୁମାର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ବାଲେଶ୍ୱର ମାଟିରୁ ପ୍ରତିବର୍ଷ ସ୍ୱତନ୍ତ୍ର ଭାବେ ପାଳିତ ହେଉଥିବା ଏହି ସମ୍ବର୍ଦ୍ଧନା ଉତ୍ସବର ପ୍ରଶଂସା କରିବା ସହିତ ସଂଗଠନର ବର୍ଷତମାମ ଜାରି ରହୁଥିବା ସମାଜ ଗଠନ ମୂଳକ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ହିନ୍ଦ୍ୁ ଧର୍ମର ପୂଜକ ଜଳଧର ପଣ୍ଡା, ଇସଲାମ ଧର୍ମଗୁରୁ,ଖ୍ରିଷ୍ଟିଆନ ଧର୍ମଗୁରୁ ଏବଂ ଶିଖ ଧର୍ମଗୁରୁଙ୍କ ଦ୍ୱାରା ବିଶ୍ୱଶାନ୍ତି ଉଦ୍ଦେଶୟରେ ମଂଚରେ ପ୍ରାର୍ଥନା କରାଯାଇଥଲା ।ଏହିଅବସରରେସାନ୍ତାଳୀ ସାହିତ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ ପଦ୍ମଶ୍ରୀ ଡଃ ଦମୟନ୍ତୀ ବେଶ୍ରାଙ୍କୁ ଜ୍ଞାନଶ୍ରୀ ମହାସମ୍ମାନ, ସୁସାହିତ୍ୟିକ କବି ପ୍ରଶାନ୍ତ ଦାସଙ୍କୁ ଜ୍ଞାନଶ୍ରୀ ସାହିତ୍ୟ ସମ୍ମାନ, ସମାଜସେବୀ ନିରୋଜା ଲକ୍ଷ୍ମୀ ମହାପାତ୍ରଙ୍କୁ ଜ୍ଞାନଶ୍ରୀ ସମାଜସେବୀ ସମ୍ମାନ, କଣ୍ଠଶିଳ୍ପୀ ଜ୍ୟୋତିର୍ମୟୀ ନାୟକ ଏବଂ ସାଉଣ୍ଡ ଇଂଜିନିଅର ସ୍ମୃତି ରଞ୍ଜନ ସାମଲଙ୍କୁ ଜ୍ଞାନଶ୍ରୀ ସଂଗୀତ ସମ୍ମାନ , ଚିତ୍ରଶିଳ୍ପୀ ସଞ୍ଜୟ କୁମାର ରାଉଳଙ୍କୁ ଜ୍ଞାନଶ୍ରୀ କଳା ସମ୍ମାନ ଏବଂ ବାଲେଶ୍ୱର ମାଟିର କୁନି ପ୍ରତିଭା ଅଭିସଂଗୀତା ସାହାଣୀଙ୍କୁୁ ଜ୍ଞାନଶ୍ରୀ ଶିଶୁ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଥିଲା । ପ୍ରତିଭା ସମ୍ମାନ କମିଟିର ଉପ ସଭାପତି ଡମ୍ବରୁଧର ଚଣ୍ଡ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲାବେଳେ ସହ ସଂମ୍ପାଦକ ଗୋପବନ୍ଧୁ ଗିରି ଧନ୍ୟବାଦ ଅର୍ପଣ କରିଥିଲେ ।
ଉପଦେଷ୍ଟା କାର୍ତିକ ଚନ୍ଦ୍ର ଗିରି ମଂଚ ଆବାହନ କରିଥିଲାବେଳେ ଉପଦେଷ୍ଟା ସାହିରୁଲ ହକ ଅତିଥି ପରିଚୟ ପ୍ରଦାନ କରିଥିଲେ । ସଦସ୍ୟା ସୋନାଲିଶିଖା ପାଣିଗ୍ରାହୀ ଏବଂ ପ୍ରଗତି ଚଣ୍ଡ ସାଂସ୍କୃତିକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ଉପଦେଷ୍ଟା କମିଟିର ସଦସ୍ୟ ଭାସ୍କର ଚନ୍ଦ୍ର ପଣ୍ଡା, ବିକାଶ ଦାସ, କେଶୁ ଦାସ, ଦିପ୍ତୀ ଦାସ,ଜ୍ୟୋତ୍ସନା ସେନାପତି, ଅଭିମନ୍ୟୁ କାନୁନଗୋ, ସୁରେଶ ଚନ୍ଦ୍ର ଗିରି, ରୋନାଲିଶା ପଣ୍ଡା,ବିଶ୍ୱଜିତ ଘୋଷ, ଅରୁଣାଂଶୁ ପାଣିଗ୍ରାହୀ, ଶଶି ରଞ୍ଜନ ମଲିକ,ସୁଧାକର ସେଠୀ, ବିଜୟ ମିଶ୍ର,ସୁରେଶ ସ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥବା ବେଳେ ବରିଷ୍ଠ କାର୍ଯକାରୀ ସଦସ୍ୟ ଗିରିଶ ଚନ୍ଦ୍ର ଦଳାଇ,ଦିଲ୍ଲୀପ ରାଉତ, ସଂଗ୍ରାମ କୁମାର ନାୟକ, ମନୋଜ ରାଉତ, କାର୍ଯ୍ୟକାରୀ ସଦସ୍ୟ ସନତ କୁମାର ପରିଡା,ଭବାନୀ ଶଙ୍କର ନାୟକ, ଆଦିତ୍ୟ ଉପାଧ୍ୟାୟ, ମାନସ ଜେନା, ହିମାଂଶୁ ଜେନା, ଶ୍ରିତମ ସିଂହ, ସଦସ୍ୟା ଚଂପାବତୀ ପଣ୍ଡା, ଜ୍ୟୋତି ଶ୍ରଦ୍ଧାଞ୍ଜଳୀ ବିଶ୍ୱାଳ ଆଦି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ପ୍ରତିଷ୍ଠିତ କଳାକାରଙ୍କ ଦ୍ୱାରା ଆୟୋଜିତ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଯଥା ନୃତ୍ୟ, ସଂଗୀତ ଦର୍ଶକ ମାନଙ୍କୁ ଶିତୁଆ ରାତିରେ ବାନ୍ଧି ରଖିଥିଲା ।