୫ ହଜାର ଟଙ୍କା ଲାଂଚ ନେବାବେଳେ ଧରାପଡିଲେ ପଚାଂୟତ କାର୍ଯ୍ୟନିର୍ବାହି ଅଧିକାରୀ
ପୁରୀ : ପୁରୀ ଜିଲ୍ଲା କାକଟପୁର ବ୍ଲକ୍ ଅନ୍ତର୍ଗତ ପାଟସୁନ୍ଦରପୁର ଗ୍ରାମପଚାଂୟତର କାର୍ଯ୍ୟନିର୍ବାହି ଅଧିକାରୀ (ପିଇଓ) ପ୍ରତାପ କୁମାର ସାମଲ ଆଜି ୫ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଭୁବନେଶ୍ୱର ଭିଜିଲାନ୍ସ ଟିମ୍ ହାତରେ ଧରାପଡିଛନ୍ତି । ଆବାସ ଯୋଜନାରେ ଏହି ପଚାଂୟତର ଜଣେ ହିତାଧିକାରୀଙ୍କ ଘର ମଞ୍ଜୁର କରାଇଦେବା ପାଇଁ ଲାଂଚ ବାବଦ ସେ ଏହି ଟଙ୍କା ଗ୍ରହଣ କରୁଥିବା ଭିଜିଲାନ୍ସ ଅଧିକାରୀ ମାନେ ତାଙ୍କ ନିକଟରୁ ଏହି ଟଙ୍କା ଜବତ କରିଥିଲେ । ଏ ସଂକ୍ରାନ୍ତରେ ଭୁବନେଶ୍ୱର ଭିଜିଲାନ୍ସ ପକ୍ଷରୁ କେସ୍ ନଂ ୨୫/୨୧ ରେ ଏକ ମାମଲା ରୁଜ୍ଜୁ କରାଯାଇ ଅଧିକ ତଦନ୍ତ ଜାରୀ ରହିଛି । ପୁରୀ ଜିଲ୍ଲାର ଦୁଇଟି ସ୍ଥାନରେ ଥିବା ତାଙ୍କ ସମ୍ପତିର ଆକଳନ କରାଯାଉଛି । ବିଭାଗ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଛି ।