ଏଲନ ମସ୍କଙ୍କ ମାଲିକାନାରେ ଟ୍ୱିଟର, ୟୁଜର୍ସ ସଂଖ୍ୟାରେ ବୃଦ୍ଧି
ନୂଆଦିଲ୍ଲୀ: ଟେସଲାର ସିଇଓ ଏଲନ ମସ୍କ ନିକଟରେ ୪୪ ବିଲିୟନ ଡଲାରରେ ଟ୍ୱିଟର କିଣିଛନ୍ତି । ସେ ଟ୍ୱିଟର କିଣିବା ପରେ ୟୁଜର୍ସ ସଂଖ୍ୟାରେ ବୃଦ୍ଧି ପାଇଛି । ଏଥିସହ ଗତବର୍ଷ ତୁଳନାରେ ସମାନ ଅବଧିରେ ୧୬ % ବୃଦ୍ଧି ପାଇଛି । ଦୈନିକ ସକ୍ରିୟ ୟୁଜର୍ସଙ୍କ ସଂଖା ୨୨.୯ କୋଟି ହୋଇଛି । ଅନ୍ୟପଟେ ଟ୍ୱିଟରର ତ୍ରୟମାସିକର ଲାଭ ୫୨.୩ କୋଟି ଡଲାର ରହିଛି । ଏହି ସଂଖ୍ୟା ତାଙ୍କ କିଣିବା ପରେ ଗୁରୁତ୍ୱ ବହନ କରୁଛି ବୋଲି କୁହାଯାଉଛି ।
ସୂଚନା ଯେ, ୪୪ ବିଲିୟନ ଡଲାରରେ ଟ୍ୱିଟରକୁ କିଣିଛନ୍ତି ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ । ଟ୍ୱିଟରରେ ଏଲନ୍ ମସ୍କ ମଧ୍ୟ ଅନେକ ବଡ ପରିବର୍ତ୍ତନ ଘୋଷଣା କରିଥିଲେ । ତେବେ ବ୍ୟାପକ ମୁଲଚାଲ ପରେ ସେୟାର ହୋଲ୍ଡରଙ୍କୁ ପ୍ରତି ସେୟାର ମୂଲ୍ୟ ବାବଦରେ ୫୪.୨୦ ଡଲାର ନଗଦ ଦେବାକୁ ପ୍ରସ୍ତାବ ଦେଇଥିଲେ । ତାଙ୍କର ଏହି ପ୍ରସ୍ତାବକୁ ଟ୍ୱିଟର ଗ୍ରହଣ କରିଛି । ବର୍ତ୍ତମାନ କୋଟି କୋଟି ୟୁଜର ଥିବା ଏହି ସୋସିଆଲ ମିଡିଆ ପ୍ଳାଟଫର୍ମର ମାଲିକାନା ଦାୟିତ୍ୱ ଏଲନ ମସ୍କଙ୍କ ହାତକୁ ଯାଇଛି । ଟ୍ୱିଟରରେ ୯% ଅଂଶଧନ କିଣିବାର କିଛି ଦିନ ପରେ ଏଲନ୍ ମସ୍କ କହିଥିଲେଯେ, ମୁକ୍ତ ଭାଷଣ ପାଇଁ ଟ୍ୱିଟରକୁ ବ୍ୟକ୍ତିଗତ ହେବାକୁ ପଡିବ । ଏତେ ସଂଖ୍ୟକ ଷ୍ଟକ୍ ସହିତ ସେ ଟ୍ୱିଟରରେ କୌଣସି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିବାକୁ ସମର୍ଥ ହେବେ ନାହିଁ । ତେଣୁ ସେ ଟ୍ୱିଟର କିଣିବାକୁ ପ୍ରସ୍ତାବ ଦେଲେ । ସୁବଠାରୁ ବଡ଼ କଥା ହେଉଛି ଟ୍ୱିଟରରେ ୯% ଅଂଶଧନ କିଣିଥିଲେ, କିନ୍ତୁ ବର୍ତ୍ତମାନ ଏଲନ୍ ମସ୍କଙ୍କ ଟ୍ୱିଟରରେ ୧୦୦% ଅଂଶଧନ ରହିବ । ଯଦିଓ ଏହି ଡିଲର ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବାକୁ କିଛି ସମୟ ଲାଗିବ । କିନ୍ତୁ ବର୍ତ୍ତମାନ ଏଲନ୍ ମସ୍କକୁ ଟ୍ୱିଟରର ମାଲିକ କୁହାଯାଇପାରେ ।