ବିଦାୟୀ ଡିଜିପି ଅଭୟଙ୍କୁ ମିଳିଲା ନୂଆ ନିଯୁକ୍ତି
ଭୁବନେଶ୍ୱର : ବିଦାୟୀ ଡିଜିପି ଅଭୟଙ୍କୁ ନୂଆ ନିଯୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କୁ ନାର୍କୋଟିକ୍ସ ଡ୍ରଗ୍ସ ସମ୍ପର୍କିତ ରାଜ୍ୟ ଟାସ୍କ ଫୋର୍ସର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । ମୁଖ୍ୟ ସଚିବ ପାହ୍ୟାର ପଦବୀରେ ତାଙ୍କୁ ଏହି ନିଯୁକ୍ତି ମିଳିଛି । ଡିଜିପି ଭାବେ ଅଭୟଙ୍କର ଆଜି ଥିଲା ଶେଷ କାର୍ଯ୍ୟ ଦିବସ । ସେ ଆଜି ଅବସରର ନେଇଥିଲେ । ତା’ପୂର୍ବରୁ ସେ କଟକ ସ୍ଥିତି ପୁଲିସ୍ ମୁଖ୍ୟ କାର୍ଯ୍ୟାଳୟରେ ନୂଆ ଡିଜିପି ସୁନୀଲ ବଂଶଲଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ । ସୁନୀଲ ବଂଶଲ ହେଉଛନ୍ତି ୧୯୮୭ ବ୍ୟାଚ୍ର ଓଡ଼ିଶା କ୍ୟାଡରର ଆଇପିଏସ୍ ଅଫିସର । ସେ ମୟୂରଭଞ୍ଜ ଏସପି ଥିଲେ । ତେବେ ୨୭ ବର୍ଷ ଧରି ସେ କେନ୍ଦ୍ରୀୟ ଡେପୁଟେସନ୍ରେ ଯାଇଥିଲେ । ଓଡ଼ିଶାର ଡିଜିପି ଭାବେ ନିଯୁକ୍ତି ପାଇବା ପୂର୍ବରୁ ସେ ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି)ର ସ୍ୱତନ୍ତ୍ର ନିର୍ଦ୍ଦେଶକ ଥିଲେ ।