ବିଶ୍ୱର ସମୃଦ୍ଧ ଭାଷାରୁ ଗୋଟିଏ ଆମର ରାଜଭାଷା : ଶାହ
ସୁରତ/ନୂଆଦିଲ୍ଲୀ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବୁଧବାର ଦିନ କହିଛନ୍ତି ଯେ ଆମର ରାଜଭାଷା ଏବଂ ସ୍ଥାନୀୟ ଭାଷା ଗୁଡିକ ବିଶ୍ୱର ସବୁଠାରୁ ସମୃଦ୍ଧ ଭାଷା ମଧ୍ୟରୁ ଅନ୍ୟତମ । ଯେପର୍ଯ୍ୟନ୍ତ ଆମେ ଏହି କଥାର ସଂକଳ୍ପ ନେବାନାହିଁ ଯେ ଏହି ଦେଶର ଶାସନ, ପ୍ରଶାସନ, ଜ୍ଞାନ ଏବଂ ଅନୁସନ୍ଧାନ ଆମର ଭାଷା ଏବଂ ରାଜଭାଷାରେ ହେବ, ସେପର୍ଯ୍ୟନ୍ତ ଆମେ ଦେଶର କ୍ଷମତାର ଉପଯୋଗ କରିପାରିବା ନାହିଁ ।
ଗୁଜରାଟର ସୁରତରେ ହିନ୍ଦୀ ଦିବସ ସମାରୋହ-୨୦୨୨ ଏବଂ ଦ୍ୱିତୀୟ ଅଖିଳ ଭାରତୀୟ ରାଜଭାଷା ସମ୍ମିଳନୀକୁ ସମ୍ବୋଧିତ କରି ଗୃହମନ୍ତ୍ରୀ ଅମିତ ଶାହ ଏହି କଥା କହିଛନ୍ତି ।