ଔପଦା ଆଞ୍ଚଳିକ ମହୋତ୍ସବ ଉଦ୍ଘାଟିତ
ଔପଦା : ଔପଦା ଆଞ୍ଚଳିକ ମହୋତ୍ସବକୁ ଉଦ୍ଘାଟନ କରି ଜିଲା ପରିଷଦ ଅଧ୍ୟକ୍ଷ ନାରାୟଣ ପ୍ରଧାନ ମହତ୍ ଉଦ୍ଦେଶ୍ୟ ରହିଲେ ମହୋତ୍ସବରେ ପରିଣତ ହୁଏ, ମହୋତ୍ସବରୁ ଭାଇଚାରା ବନ୍ଧନରୁ ଅଞ୍ଚଳର ବିକାଶ ଧାରା ଆଗେଇପାରିବ ବୋଲି କହିଥିଲେ ।
ମହୋତ୍ସବର ସଭାପତି ଅଶୋକ କୁମାର ପ୍ରଧାନ ସଭାପତିତ୍ୱ କରି ଔପଦା ଅଞ୍ଚଳବାସୀ ଆଞ୍ଚଳିକ ମହୋତ୍ସବକୁ ଭଲ ପାଇବା ଦେଇଛନ୍ତି । ୬ ଦିନ ବ୍ୟାପି ହେବାକୁ ଥିବା ଆଞ୍ଚଳିକ ମହୋତ୍ସବକୁ ଶୃଙ୍ଖଳାରେ ପାଳନ କରିବା ପାଇଁ ଟ୍ରଷ୍ଟର ସଭ୍ୟମାନଙ୍କୁ ପରାମର୍ଶ ଦେଇ ସ୍ଥାନୀୟ ପ୍ରଶାସନ ଆଞ୍ଚଳିକ ମହୋତ୍ସବ ପ୍ରତି ସହଯୋଗ କାମନା କରିଥିଲେ । ମୁଖ୍ୟ ବକ୍ତା ଔପଦା ପଞ୍ଚାୟତ ସମିତି ଅଧ୍ୟକ୍ଷା ବିସିବିପ୍ସା ପାତ୍ର ମହୋତ୍ସବ ଗୋଟିଏ ସୂତାରେ ବାନ୍ଧିରଖି ଭାଇଚାରା ସୃଷ୍ଟି କରେ, ସମ୍ମାନିତ ଅତିଥି ଭାବେ ଔପଦା ଥାନା ଅଧିକାରିଣୀ କମଳିନୀ ତାଣ୍ଡି ଔପଦା ମାଟି ନିଆରା ହୋଇଥିବାରୁ ଏଠାରେ ଗୋଟିଏ ମହୋତ୍ସବ ସରିଯାଇ ଆଉ ଗୋଟିଏ ମହୋତ୍ସବ ଆରମ୍ଭ ହୋଇଥିବାରୁ ଆନନ୍ଦ ଲାଗୁଛି । ମହୋତ୍ସବ ମାଧ୍ୟମରେ ଅପରାଧରୁ ଦୁରେଇ ଶାନ୍ତି ପ୍ରତିଷ୍ଠା ପାଇଁ ଶ୍ରୀମତୀ ତାଣ୍ଡି ପରାମର୍ଶ ଦେଇଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଏକ ନମ୍ବର ଜୋନ ଜିଲାପରିଷଦ ସଭ୍ୟା ମୁନି ସିଂ, ଅବସର ଶିକ୍ଷକ କିଶୋର ଚନ୍ଦ୍ର ପଣ୍ଡା ବକ୍ତବ୍ୟ ରଖିଥିଲେ । ଟ୍ରଷ୍ଟର ସଭ୍ୟ ସୁଶାନ୍ତ କୁମାର ନାୟକ ଅତିଥି ମାନଙ୍କୁ ମଞ୍ଚକୁ ଆହ୍ୱାନ, ଡ. ସଂଗ୍ରାମ ରାଉତ, ଜୟଶ୍ରୀ ବେହେରା ଅତିଥି ପରିଚୟ, ନରହରି ନାୟକ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ମହୋତ୍ସବ ପକ୍ଷରୁ ପ୍ରତିଭାବାନ ବ୍ୟକ୍ତି ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ତଥା ସାହିତ୍ୟିକ ସୁଦାମ ଚରଣ ରାଉତ, ସମାଜସେବୀ ପ୍ରତାପ କର, ରମେଶ ଚନ୍ଦ୍ର ଜେନା, ବିନୋଦ ପରିଡ଼ା, ମିହିର କୁମାର ବେହେରା, ରାଜେଶ ଲେଙ୍କା, ସଞ୍ଜୟ କୁମାର ନାୟକ, ଶରତ କୁମାର ବେହେରା ପ୍ରମୁଖଙ୍କୁ ସମ୍ଭର୍ଦ୍ଧିତ କରାଯାଇ ଥିଲା । ପରେ ପ୍ରଥମ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା ଓ ଶେଷରେ ସିନେତାରକା ଶୈଳେନ୍ଦ୍ର ସାମନ୍ତରାୟ ଓ ସିନେତାରିକା କୁକୀଜ ସ୍ୱାଇଁ, କଣ୍ଠଶିଳ୍ପୀ ପିକେ ଓ ଖୁସି ନିଜ ପ୍ରତିଭାରେ ଦର୍ଶକଙ୍କ ମନ ମୋହିଥିଲେ ।