ଓଟିଇଟି ପରୀକ୍ଷା ଫଳ ପ୍ରକାଶ : ପାସ ହାର ୪୯.୮୪ %
ଭୁବନେଶ୍ବର: କଟକ ମାଧ୍ୟମିକ ଶିକ୍ଷା ପରିଷଦ(ବିଏସଇ) ଦ୍ବାରା ପରିଚାଳିତ ସ୍ବତନ୍ତ୍ର ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ତଥା ସ୍ପେଶାଲ ଓଟିଇଟି-୨୦୨୨ ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି। ପରୀକ୍ଷାର ମୋଟ ପାସ ହାର ୪୯.୮୪ % ରହିଛି। ପେପର- ୧ ରେ ପାସ ହାର ୪୭.୯୭ % ରହିଛି। ପେପର -୨ ରେ ପାସ ହାର ୫୬% ରହିଛି।
ସୂଚନା ଯେ, ଗତବର୍ଷ ଅଗଷ୍ଟ ମାସରେ ଅନୁଷ୍ଠିତ ଓଟିଇଟି ପରୀକ୍ଷା ଦେବା ପାଇଁ ମୋଟ ୩୨୪୪୮ ଜଣ ଫର୍ମ ଫଲପ୍ କରିଥିଲେ । ସେମାନଙ୍କ ମଧ୍ୟରୁ ୩୧୪୯୨ ଜଣ ପରୀକ୍ଷା ଦେଇଥିବା ବେଳେ ୧୬୧୭୧ ଜଣ ପାସ୍ କରିଛନ୍ତି । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶାର ଅଫିସିଆଲ୍ ୱେବ୍ସାଇଟ୍ http://www.bseodisha.ac.in/ ରେ ଲଗ୍ ଇନ୍ କରି ପରୀକ୍ଷାର୍ଥୀମାନେ ତାଙ୍କର ରେଜଲ୍ଟ ଜାଣିପାରିବେ। ପରୀକ୍ଷାର୍ଥୀମାନେ ସେମାନଙ୍କ ରୋଲ୍ ନମ୍ୱର ବା ନାଁ ସବମିଟ୍ କରିବା ପରେ ରେଜଲ୍ଟ ଦେଖିପାରିବେ।