ଓଏସଏସସି ପ୍ରଶ୍ନପତ୍ର ଲିକ୍ ମାମଲା : ରାଜ୍ୟ ବାହାରୁ ମାଷ୍ଟରମାଇଣ୍ଡ ଗିରଫ
ବାଲେଶ୍ୱର : ଓଏସଏସସି ଜେଇ ସିଭିଲ୍ ମେନ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାର ମାଷ୍ଟରମାଇଣ୍ଡକୁ ରାଜ୍ୟ ବାହାରୁ ମାଷ୍ଟରମାଇଣ୍ଡକୁ ଗିରଫ କଲା ବାଲେଶ୍ୱର ପୋଲିସ । ମାଷ୍ଟରମାଇଣ୍ଡ ସମେତ ଅନ୍ୟ କେତେ ଜଣଙ୍କୁ ଧରିଛି ପୋଲିସ । ପୂର୍ବରୁ ଏହି ମାମଲାରେ ୯ ଜଣ ଗିରଫ ହୋଇଥିଲେ । ତେବେ ଗୁରୁବାର ଅପରାହ୍ନରେ ପ୍ରେସମିଟ୍ କରି ସବିଶେଷ ତଥ୍ୟ ରଖିବେ ବାଲେଶ୍ୱର ଜିଲା ଆରକ୍ଷୀ ଅଧିକ୍ଷ ସାଗରିକ ନାଥ ।
ସୂଚନା ଯେ, ଗତ କିଛି ଦିନ ତଳେ ଓଏସଏସସି ଜେଇ ସିଭିଲ୍ ମେନ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହୋଇଥିଲା । ଯାହାଫଳରେ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା । ଏହାପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ପୂର୍ବରୁ ଏହି ପ୍ରଶ୍ନପତ୍ର ଲିକ୍ ମାମଲାରେ ୯ ଜଣଙ୍କୁ ଗିରଫ କରିଥିଲା ପୋଲିସ । ସେମାନଙ୍କୁ ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା କରୁଥିଲା । ରାଜ୍ୟ ବାହାରେ ମୁଖ୍ୟ ଅଭିଯୁକ୍ତ ଜଣଙ୍କ ଲୁଚିଥିବା ନେଇ ସୂଚନା ପାଇଥିଲା ତଦନ୍ତକାରୀ ଟିମ୍ । ପରେ ରାଜ୍ୟ ବାହାରକୁ ଯାଇ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି । ମାଷ୍ଟରମାଇଣ୍ଡ ସମେତ ଅନ୍ୟ କିଛି ଲୋକଙ୍କୁ ମଧ୍ୟ ରାଜ୍ୟ ବାହାରୁ ଗିରଫ କରିଛି । ତେବେ ଏହି ପ୍ରଶ୍ନପତ୍ର ଲିକ୍ ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି ସେନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।