ୟୁକ୍ରେନରେ ଫଶି ରହିଛନ୍ତି ଓଡ଼ିଆ : ଉଦ୍ଧାର ପାଇଁ ଗୃହମନ୍ତ୍ରୀଙ୍କ ସହ କଥାହେଲେ ନବୀନ
ଭୁବନେଶ୍ୱର : ଋଷ-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଦ୍ୱିତୀୟ ଦିନରେ ପହଞ୍ଚିଛି । ଋଷର ଲଗାତାର ଆକ୍ରମଣରେ ୟୁକ୍ରେନର ଅଧିକାଂଶ ସହରରେ ମିଜାଇଲ ମାଡ କରୁଛି ଋଷ । ଆଉ ଆଜି ୟୁକ୍ରେନର ରାଜଧାନୀ କିବ ଦଖଲ କରିବା ଲକ୍ଷ୍ୟରେ ରହିଛି ଋଷ ।ତିନିପଟୁ ୟୁକ୍ରେନକୁ ଘେରି ଆକ୍ରମଣ କରୁଛି ଋଷ । ଋଷ ୟୁକ୍ରେନ ରାଜଧାନୀ କିଭ୍ ସହ ବିଭିନ୍ନ ସହରରେ ମିଜାଇଲା ମାଡ଼ କରିଛି । ୟୁକ୍ରେନରେ ଯୁଦ୍ଧ ଫଳରେ ସେଠାରେ ୧୬ ହଜାର ଭାରତୀୟ ନାଗରିକ ଫସି ରହିଛନ୍ତି । ୟୁକ୍ରେନରେ ବହୁ ଓଡ଼ିଆ ଛାତ୍ରଛାତ୍ରୀ ଓ ଶ୍ରମିକ ମଧ୍ୟ ଏବେ ଫସି ରହିଛନ୍ତି । ତେବେ ୟୁକ୍ରେନରେ ଫସି ରହିଥିବା ଓଡ଼ିଆଙ୍କୁ ଉଦ୍ଧାର କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଟେଲିଫୋନରେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଛାତ୍ର ଓ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଗୃହମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ନବୀନ ପଟ୍ଟନାୟକ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁରୋଧ ପରେ ଗୃହମନ୍ତ୍ରୀ ଅମିତ ଶାହା ମୁଖ୍ୟମନ୍ତ୍ରୀଙ୍କୁ ଆଶ୍ୱାସନା ଦେଇଛନ୍ତି । ସେ କହିଛନ୍ତି କି ଭାରତ ସରକାର ୟୁକ୍ରେନ ସରକାରଙ୍କ ସହ ଯୋଗଯୋଗରେ ରହିଛନ୍ତି ଏବଂ ଶୀଘ୍ର ୟୁକ୍ରେନରୁ ଛାତ୍ର ଓ ଶ୍ରମିକଙ୍କୁ ଫେରାଇ ଆଣିବା ପାଇଁ କାର୍ୟ୍ୟ କରୁଛନ୍ତି । ରୁଷ ଓ ଯୁକ୍ରେନ ମଧ୍ୟରେ ସମ୍ପର୍କ ବିଗିଡ଼ିବା ପରଠୁ ୪୨ ଜଣ ଛାତ୍ରୀଛାତ୍ରୀଙ୍କୁ ଭାରତ ପ୍ରତ୍ୟାବର୍ତ୍ତନ କରାଯାଇଛି। ଏକ ଏୟାର ଇଣ୍ଡିଆ ବିମାନ ଯୋଗେ ସେମାନଙ୍କୁ ସୁରକ୍ଷିତ ଭାବେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରାଯାଇଛି। ତେବେ ଋଷର ଘନ ଘନ ଆକ୍ରମଣ ଫଳରେ ବିମାନ ଅବତରଣ ନ କରିପାରିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା ।