ନିଲମ୍ବିତ ରାଜ୍ୟସଭା ସାଂସଦଙ୍କ ପାଇଁ ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ବିକ୍ଷୋଭ ପ୍ରଦର୍ଶନ କଲେ ବିରୋଧୀ
ନୂଆଦିଲ୍ଲୀ : ସଂସଦ ଶୀତ ଅଧିବେଶନର ଚତୁର୍ଥ ଦିନରେ ବି ବିରୋଧୀଙ୍କ ଧାରଣା ଜାରି ରହିଛି । ରାଜ୍ୟସଭା ସଦସ୍ୟଙ୍କ ନିଲମ୍ବନ ପ୍ରସଙ୍ଗକୁ କେନ୍ଦ୍ରକରି ଆଜି କଳାଫିତା ବାନ୍ଧି ସଂସଦ ପରିସରରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ବିରୋଧୀ । କଂଗ୍ରେସର ବହୁ ବରିଷ୍ଠ ନେତାମାନେ ସାମିଲ ଅଛନ୍ତି ।
କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଅଧିର ରଞ୍ଜନ ଚୌଧୁରୀ ଏବଂ କେସି ଭେନୁଗୋପାଲ ଧାରଣାରେ ସାମିଲ ହୋଇଛନ୍ତି । ବିଜେପି ଗଣତନ୍ତ୍ରକୁ ହତ୍ୟା କରିଛି ନାରାବାଜିରେ କମ୍ପୁଛି ସଂସଦ ପରିସର । ରାଜ୍ୟସଭାରେ ସଂସଦଙ୍କ ନିଲମ୍ବନକୁ ବିରୋଧ କରି ବିରୋଧୀ ଦଳ ସଦସ୍ୟ ପ୍ରବଳ ହଟ୍ଟଗୋଳ କରୁଛନ୍ତି । ବିରୋଧୀଦଳର ସଦସ୍ୟମାନେ ୧୨ ସାଂସଦଙ୍କ ନିଲମ୍ବନକୁ ନେଇ ଗୃହରେ ବିରୋଧ ପ୍ରଦର୍ଶନ ଜାରି ରଖିଥିବାରୁ ଆଲୋଚନାରେ ବାଧା ସୃଷ୍ଟି ହୋଇଥିଲା । ଫଳରେ ଗୃହକୁ ମୁଲତବୀ ରଖାଯାଉଛି । ଗତକାଲି ନିଲମ୍ବିତ ସାଂସଦମାନେ ମଧ୍ୟ ଧାରଣାରେ ବସିଥିଲେ ।
ମୌସୁମୀ ଅଧିବେଶନ ଘଟଣାକୁ ନେଇ କିପରି ୧୨ ରାଜ୍ୟସଭା ସାଂସଦଙ୍କୁ ନିଲମ୍ବିତ କରାଯାଇଛି । ପ୍ରକାଶ ଥାଉ କି, ପ୍ରଥମ ଦିନରେ ଗତ ମୌସୁମୀ ଅଧିବେଶନରେ ହଟ୍ଟଗୋଳ ଓ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରିବା ଅଭିଯୋଗରେ ଚଳିତ ଅଧିବେଶନରୁ ୧୨ ରାଜ୍ୟସଭା ସାଂସଦ ନିଲମ୍ବିତ ହୋଇଛନ୍ତି ।