ଜୁଲାଇ ୧ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ତେଲେଙ୍ଗାନାରେ ଅନଲାଇନ୍ କ୍ଲାସ ଆରମ୍ଭ
ହ୍ରାଇଦ୍ରାବାଦ : ଜୁଲାଇ ୧ ରୁ ରାଜ୍ୟର ସମସ୍ତ ବିଦ୍ୟାଳୟରେ ଅନଲାଇନ୍ କ୍ଲାସ ଆରମ୍ଭ କରିବାକୁ ଶିକ୍ଷା ବିଭାଗ ଘୋଷଣା କରିଛି । ଏହା ସହିତ ପଚାଶ ପ୍ରତିଶତ ଶିକ୍ଷକଙ୍କୁ ବିଦ୍ୟାଳୟଙ୍କୁ ଆସିବାକୁ ଅନୁମତି ଦିଆଯାଇଛି ।
ବାସ୍ତବରେ ପଂଚାୟତିରାଜ ଶିକ୍ଷକ ସଂଘର ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଏବଂ କରୋନାକୁ ଦୃଷ୍ଟିରେ ରଖି ବିଦ୍ୟାଳୟରେ ସିଧାସଳଖ କ୍ଲାସ ଆରମ୍ଭ ନ କରିବାକୁ ନିବେଦନ କରିଥିଲେ । ଏହା ପରେ ସରକାର ଏହି ନିଷ୍ପତି ନେଇଛନ୍ତି । ସରକାର ବର୍ତମାନ କ୍ଲାସ ନ କରିବାକୁ ସିଧାସଳକ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟର ସମସ୍ତ ବିଦ୍ୟାଳୟରେ ଜୁଲାଇ ୧ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଅନଲାଇନ୍ ଶିକ୍ଷା ଜାରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ବ୍ୟତୀତ କେବଳ ୫୦ ପ୍ରତିଶତ ଶିକ୍ଷକ ବିଦ୍ୟାଳୟରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।