ଖୁବଶୀଘ୍ର ଲଞ୍ଚ୍ ହେବାକୁ ଯାଉଛି OnePlus 10R 5G, ଜାଣନ୍ତୁ ନୂଆ ସ୍ମାର୍ଟଫୋନର ଦମଦାର ଫିଚର୍ସ
ନୂଆଦିଲ୍ଲୀ : ଭାରତରେ ଲଞ୍ଚ ହେବାକୁ ଯାଉଛି OnePlus 10R 5G ଓ OnePlus 10R । ଚୀନ ସ୍ମାର୍ଟଫୋନ୍ ନିର୍ମାଣକାରୀ କମ୍ପାନି One Plus ଭାରତରେ ନୂଆ ସ୍ମାର୍ଟଫୋନ ଲଞ୍ଚ କରିବା ପାଇଁ ତାରିଖ ମଧ୍ୟ ଘୋଷଣା କରିସାରିଛି। ଆସନ୍ତା ୨୮ ଏପ୍ରିଲରେ କମ୍ପାନି ଏକାଧିକ ନୂଆ ପ୍ରଡକ୍ଟ ଭାରତରେ ଲଞ୍ଚ୍ କରିବାକୁ ଲକ୍ଷ୍ୟ ରଖିଛି । OnePlus 10R 5G ସହିତ କମ୍ପାନି OnePlus Nord CE 2 Lite ମଧ୍ୟ ଲଞ୍ଚ କରିବାରୁ ଯାଉଛି।
ଏହାପୂର୍ବରୁ କମ୍ପାନି One Plus Ace ସ୍ମାର୍ଟଫୋନ୍ ଆସନ୍ତା ୨୧ ଏପ୍ରିଲରେ ଭାରତରେ ଲଞ୍ଚ୍ କରିବା ନେଇ ଘୋଷଣା କରିସାରିଛି। ଏହି ଫୋନକୁ ଭାରତରେ One Plus 10R ନାମରେ ଲଞ୍ଚ୍ କରିପାରେ କମ୍ପାନି। ଏହାର କିଛି ଫିଚର୍ସ ଏବଂ ସ୍ପେସିଫିକେସନ ସାମ୍ନାକୁ ଆସିଛି।
ସ୍ମାର୍ଟଫୋନର ଦମଦାର ଫିଚର୍ସ
ସ୍ମାର୍ଟଫୋନରେ ରହିଛି 5G କନେକ୍ଟିଭିଟି ସୁବିଧା
MediaTek Dimensity 8100 Max Processor
OnePlus 10Rରେ ଟ୍ରିପଲ କ୍ୟାମେରା ସେଟଅପ୍
ସ୍ମାର୍ଟଫୋନରେ ୧୫୦ w-super-vuk ଫାଷ୍ଟ ଚାର୍ଜ ସପୋର୍ଟ ବ୍ୟବସ୍ଥା
ସ୍ମାର୍ଟଫୋନରେ ୟୁଏସବି ଟାଇପ୍ ସି (USB Type-C) ପୋର୍ଟ ରହିଛି
ସ୍ମାର୍ଟଫୋନରେ ୪୫୦୦ ଏମଏଏଚ୍ ଯୁକ୍ତ ବ୍ୟାଟେରୀ ରହିଛି
୬.୭ ଇଞ୍ଚର ଫୁଲ୍ ଏଚଡି ପ୍ଲସ୍ ଆମୋଲେଡ୍ ଡିସପ୍ଲେ ରହିଛି
ସ୍ମାର୍ଟଫୋନରେ ୧୨୦ ହର୍ଜ ରିଫ୍ରେସ୍ ରେଟ୍ ସପୋର୍ଟ ମିଳିବ
ସ୍ମାର୍ଟଫୋନରେ ୫୦ ମେଗାପିକ୍ସେଲର ପ୍ରାଇମେରୀ ଲେନ୍ସ ରହିବ
ଦ୍ୱିତୀୟଟି ୮ ମେଗା-ପିକ୍ସେଲର ଅଲ୍ଟ୍ରା ୱାଇଡ୍ ଲେନ୍ସ ରହିଛି
ସେଲ୍ଫି ପାଇଁ ସ୍ମାର୍ଟଫୋନରେ ୧୬ ମେଗା-ପିକ୍ସେଲ ଫ୍ରଣ୍ଟ କ୍ୟାମେରା
ଗତବର୍ଷଠାରୁ OnePlus ଭାରତୀୟ ବଜାରରେ ପ୍ରଭାବ ବିସ୍ତାର କରିପାରୁନାହିଁ । ଏପରିକି ଭାରତରେ ଗତମାସ ଲଞ୍ଚ ହୋଇଥିବା ସ୍ମାର୍ଟଫୋନ OnePlus 10 Proକୁ ଗ୍ରାହକଙ୍କ ଭଲ ରେସପନ୍ସ ମିଳିପାରିନଥିଲା । OnePlus 10R 5G ଓ OnePlus 10R ଭାରତୀୟ ବଜାରରେ ଭଲ ବ୍ୟବସାୟ କରିବାକୁ ଲକ୍ଷ୍ୟ ରଖିଛି କମ୍ପାନି ।