ଦେଶର ଏମିତି ଏକ ମନ୍ଦିର ଯେଉଁଠି ଭକ୍ତଙ୍କୁ ପ୍ରସାଦରେ ମିଳେ ଟଙ୍କା ସହ ସୁନାରୂପା ଅଳଙ୍କାର

ମଧ୍ୟପ୍ରଦେଶର ରତଲାମରେ ଥିବା ଅଧିଷ୍ଠାତ୍ରୀ ଦେବୀ ମା ଲକ୍ଷ୍ମୀଙ୍କ ମନ୍ଦିରକୁ ଦିପାବଳୀ ଦିନ ଫୁଲ ନୁହେଁ ବରଂ ଟଙ୍କା ସୁନା ରୂପା ଚାନ୍ଦି ଗହଣାରେ ସଜା ଯାଇଥାଏ। ଧନତେରସରେ ଏଠାରେ ମାତା ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା କରାଯାଇଥାଏ । ଏହିଦିନ ଲୋକମାନେ ସୁନା ଚାନ୍ଦି ଅଳଙ୍କାର କିଣିଥାନ୍ତି। ଏଠାରେ ସବୁ ପ୍ରକାରର ମୁଦ୍ରାକୁ ମାତାଙ୍କ ପାଖେ ଅର୍ପଣ କରାଯାଇଥାଏ। ଧନତେରସରୁ ଆରମ୍ଭ କରି ୫ ଦିନ ଧରି ମନ୍ଦିରରେ ଦୀପ ଉତ୍ସବ ଲାଗିରହିଥାଏ। ମନ୍ଦିରର କାନ୍ଥ ଓ ଗେଟ୍ ସହ ମାଙ୍କ ମୂର୍ତ୍ତୀ ର ସାଜସଜ୍ଜା କେବଳ ଟଙ୍କାରେ ହିଁ କରାଯାଏ। ଏହି ମନ୍ଦିରକୁ ପ୍ରତିବର୍ଷ ଅନେକ ଲୋକ ଦର୍ଶନ କରିବାକୁ ଆସନ୍ତି ।
ଏହି ମନ୍ଦିରକୁ ଲକ୍ଷେ କି ଦି ଲକ୍ଷ ନୁହେଁ ବରଂ କୋଟି କୋଟି ଟଙ୍କାରେ ସଜା ଯାଇଥାଏ। ଏଠି ପ୍ରଶ୍ନ ଉଠୁଥିବ ଯେ, ଯଦି ଏତେ ଟଙ୍କାରେ ମନ୍ଦିରକୁ ସଜା ଯାଉଛି ତେବେ ସୁରକ୍ଷା ବ୍ୟବସ୍ଥା କିପରି ରହିଥିବ। ତେବେ ଏହି ସମୟରେ ବହୁ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିଥାନ୍ତି। ଯେବେ ଯାଏ ପୂଜାପାଠ ଚାଲିଥାଏ ସେବେ ଯାଏଁ ମନ୍ଦିର ଚାରିଆଡେ ପୋଲିସ ପହରା ଦେଉଥାଏ। ଏହି ମନ୍ଦିରକୁ ମାଙ୍କ ଦର୍ଶନ କରିବାକୁ ଆସନ୍ତି ଭକ୍ତ ଆଉ ଶ୍ରଦ୍ଧାଳୁଙ୍କୁ ପ୍ରସାଦରେ ଭୋଗ ନୁହେଁ ବରଂ ନୋଟ ଓ କିଛିକିଛି ଭକ୍ତଙ୍କୁ ପ୍ରସାଦରେ ସୁନା ଓ ରୂପା ଅଳଙ୍କାର ପ୍ରଦାନ କରାଯାଇଥାଏ।
ଯଦି ମନ୍ଦିର ଇତିହାସ ବିଷୟରେ କଥା ହେବା ତେବେ ଏହି ବିଶ୍ୱାସ ରହିଛି ଯେ, ପ୍ରାଚୀନକାଳରୁ ରାଜା ମହାରାଜା ସୁଖ ସମୃଦ୍ଧି ଓ ଧନର ପ୍ରାପ୍ତି ପାଇଁ ମନ୍ଦିରରେ ଟଙ୍କା ସହ ଆଭୂଷଣ ଅର୍ପଣ କରାଯାଇଥାଏ । ଏହାବାଦ୍ ଏଠାରେ ନୋଟ୍ ବା ଟଙ୍କା ଅର୍ପଣ କରିବାର ପରମ୍ପରା ଆରମ୍ଭ ହୋଇଥିଲା । ପୂଜାରୀଙ୍କ କହିବା କଥା ମନ୍ଦିରରେ ମା ଲକ୍ଷ୍ମୀ, ସରସ୍ୱତୀ ଓ ଗଣେଶ ଙ୍କ ମୂର୍ତ୍ତି ରହିଛି। ଦୀପାବଳିରେ ମାତା ଲକ୍ଷ୍ମୀ , ସରସ୍ୱତୀ ଓ ଗଣେଶଙ୍କ ପ୍ରତିମୂର୍ତ୍ତୀର ପୂଜା କରାଯାଇଥାଏ। ବିଶ୍ୱାସ ରହିଛି ଯେ, ଏହି ମନ୍ଦିର ରାଜାରାଜୁଡ଼ାଙ୍କର କୂଳଦେବୀ ମନ୍ଦିର। ଏହି ରାଜାରାଜୁଡ଼ା କାଳରୁ ଏହି ପରମ୍ପରା ଚାଲି ଆସୁଛି ।
ମାତା ଲକ୍ଷ୍ମୀ, ମାତା ସରସ୍ୱତୀ, ପ୍ରଭୁ ଗଣେଶ ଙ୍କ ସହ ସାଥିରେ ୮ ଅନ୍ୟ ପ୍ରତିମା ମନ୍ଦିର ରହିଛି। ଏଠାରେ ଟଙ୍କା ରଖିବା ପାଇଁ ସ୍ଥାନ ନାହିଁ। ପୁରୋହିତ କହିଛନ୍ତି ଯେ ରାଜକୋଷ ସୁନା, ରୂପା ଏବଂ ନୋଟରେ ପରିପୂର୍ଣ୍ଣ। ଲୋକମାନେ ସେମାନଙ୍କର ଟଙ୍କା ପୁଷ୍କ ନକ୍ଷତ୍ରରୁ ରଖନ୍ତି । ଦୀପାବଳି ଅବସରରେ ଲଗାତାର ପୂଜା କରାଯାଏ । ଦୀପାବଳି ପରେ ଏଥର ସୂର୍ଯ୍ୟଗ୍ରହଣ ହେତୁ ମନ୍ଦିର ଗୋଟିଏ ଦିନ ବନ୍ଦ ରହିବ। ଯେଉଁମାନେ ଏଠାରେ ଟଙ୍କା ଜମା କରନ୍ତି ସେମାନଙ୍କୁ ଟୋକୋନ୍ ଦିଆଯାଏ । ଏହି ମନ୍ଦିର କଲେକ୍ଟରଙ୍କ ଅଧୀନରେ ଅଛି । ପ୍ରଶାସନ ଦ୍ୱାରା ସମ୍ପୂର୍ଣ୍ଣ ତଦାରଖ କରାଯାଇଥାଏ ।