ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ

ଅନୁଗୋଳ : ଅନୁଗୋଳ ବଅଁରପାଳ ବ୍ଲକ ବାଇଝାଲିଆ ସାହିରେ ଅଘଟଣ । ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ । ମୃତକ ବାଇଝାଲିଆ ସାହିର ପ୍ରଫୁଲ ଭୋଇ ବୋଲି ଜଣାପଡିଛି ।
ସୂଚନା ଯେ, ମଙ୍ଗଳବାର ସକାଳ ସମୟରେ ନିକଟସ୍ଥ ପଡିଆକୁ ସେ ଶୌଚ ହେବା ପାଇଁ ଯାଇଥିଲେ । ଏହି ସମୟରେ ଏକ ହାତୀ ତାଙ୍କୁ ଆକ୍ରମଣ କରିଥିଲା । ଯାହାଫଳରେ ତାଙ୍କର ମୃତ୍ୟୁ ହୋଇଥିଲା । ବିଲ ମଝିରେ ତାଙ୍କର ମୃତଦେହ ପଡିରହିଛି । ସେପଟେ ଖବର ପାଇ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ପୁରା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । କିଛି ଦିନ ହେବ ସେହି ଅଞ୍ଚଳରେ ଏକ ଦନ୍ତାହାତୀ ବୁଲୁଥିବାର ଖବର ରହିଥିଲା । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।