ପୁଣି ଥରେ ଚର୍ଚ୍ଚାରେ ରାନୁ ମଣ୍ଡଳ : ଭିଡିଓରେ ହେଲେ ଟ୍ରୋଲ
ନୂଆଦିଲ୍ଲୀ : ପୁଣି ଥରେ ଚର୍ଚ୍ଚାରେ ରାନୁ ମଣ୍ଡଳ । ଛଟ୍ ମା’ଙ୍କ ଗୀତ ଗାଇ ସେ ଚର୍ଚ୍ଚାକୁ ଆସିଛନ୍ତି । ରାନୁ ମଣ୍ଡଳଙ୍କ ନାମରେ ପ୍ରସାରିତ ଏହି ଗୀତ ୟୁଟ୍ୟୁବରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ୟୁଟ୍ୟୁବ୍ ଚ୍ୟାନେଲରେ ମ୍ରିଦଙ୍ଗ ମ୍ୟୁଜିକ୍ ୱାର୍ଲ୍ଡ ନାମକ ଏକ ୟୁଟ୍ୟୁବର୍ ଅପଲୋଡ୍ କରିଛନ୍ତି। ଯଦିଓ ଏହି ଗୀତକୁ ରାନୁ ମଣ୍ଡଳ ଗାଇ ନାହାଁନ୍ତି କିନ୍ତୁ ଏହା ତାଙ୍କ ନାମରେ ସୋସିଆଲ ମିଡିଆରେ ପ୍ରସାରିତ ହେଉଛି। ଏହି ଗୀତକୁ ଏପର୍ଯ୍ୟନ୍ତ ୯ ଲକ୍ଷରୁ ଅଧିକ ଥର ଦେଖାଯାଇ ସାରିଲାଣି। ଏହି ଗୀତରେ ରାନୁ ମଣ୍ଡଳ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରୁଥିବା ନଜର ଆସିଛନ୍ତି।
ତେବେ କମେଣ୍ଟରେ ଅନେକ ୟୁଜର୍ସ ଏହା ମଧ୍ୟ କହିଛନ୍ତି ଯେ ଏହା ରାନୁ ମଣ୍ଡଳଙ୍କ ସ୍ୱର ନୁହେଁ। ଜଣେ ୟୁଜର୍ସ ଲେଖିଛନ୍ତି, କେବଳ ଲାଇକ୍ ଏବଂ କମେଣ୍ଟ ପାଇଁ ରାନୁ ମଣ୍ଡଳଙ୍କ ନାମ ଲେଖିବା ଠିକ୍ ନୁହେଁ। ଲୋକମାନେ ଏହି ଭିଡିଓରେ ରାନୁ ମଣ୍ଡଳଙ୍କୁ ଟ୍ରୋଲ କରିବାରେ ବ୍ୟସ୍ତ ଅଛନ୍ତି।