୨୨ରେ ପରମିଟ ପଡ଼ିଆରେ ପ୍ରଜ୍ୱଳନ ହେବ ଲକ୍ଷେ ଦୀପ
ବାଲେଶ୍ୱର : ବାଲେଶ୍ୱର ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ଆସନ୍ତା ୨୨ ତାରିଖ ସୋମବାର ଦିନ ଅଯୋଧ୍ୟାରେ ଶ୍ରୀ ରାମ ଚନ୍ଦ୍ରଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅବସରରେ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯିବା ନେଇ ଶନିବାର ସନ୍ଧ୍ୟାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସଂଗଠନର ସମ୍ପାଦକ ଦେବ ବ୍ରତ କର ସୂଚନା ଦେଇଛନ୍ତି ।
ପ୍ରଭୁ ରାମ ଲାଲା ୫ ଶହ ବର୍ଷ ପରେ ଅଯୋଧ୍ୟାର ରାମ ମନ୍ଦିରକୁ ପ୍ରତ୍ୟବର୍ତ୍ତନ କରୁଥିବାରୁ ପ୍ରତ୍ୟେକ ଘରେ ପରିବାର ସଦସ୍ୟ ମାନେ ଦୀପ ଜଳାଇବା ସହ ଆମିଷ ବର୍ଜନ କରିବାକୁ ଅନୁରୋଧ କରିଛନ୍ତି । ଏଥିସହିତ ଉକ୍ତ ସନ୍ଧ୍ୟାରେ ପରମିଟ ପଡ଼ିଆରେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଲକ୍ଷେ ଦୀପ ପ୍ରଜ୍ୱଳନ କରାଯିବ । ଏହି କାର୍ଯ୍ୟକ୍ରମରେ ପ୍ରସାଦ ବଣ୍ଟନର ବ୍ୟବସ୍ଥା ହୋଇଛି । କାର୍ଯ୍ୟକ୍ରମରେ ପ୍ରାୟ ୧୫ ହଜାର ଶ୍ରଦ୍ଧାଳୁ ଯୋଗ ଦେବେ ବୋଲି ଜଣାଇଛନ୍ତି । ଖବରଦାତା ସମିଳନୀରେ ପରିଷଦ ସଭାପତି ଡ. ସୁଧାଂଶୁ ପରିଡା, ନଗର ସଭାପତି ରାକେଶ ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।