କଂଗ୍ରେସ ପକ୍ଷରୁ ସତ୍ୟାଗ୍ରହ, ମୋଦିଙ୍କ କୁଷପୁତଳିକା ଦାହ
ଯାଜପୁର : କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସାଂସଦ ପଦ ରାଦ୍ଧ କରାଯିବା ଏବଂ ଦେଶକୁ ଦିଆଯାଇଥିବା ପ୍ରତୃଶୃତିକୁ ବିଜେପିର ମୋଦି ସରକାର ପାଳନ ନକରିବା ପ୍ରତିବାଦରେ ଆଜି ଦଶରଥପୁର ବ୍ଲକ କଂଗ୍ରେସ ପକ୍ଷରୁ ସତ୍ୟାଗ୍ରହ କରାଯାଇଥିଲା । ବ୍ଲକ ସଭାପତି ଶ୍ୟାମସୁନ୍ଦର କରଙ୍କ ସଭାପତିତ୍ୱରେ ବ୍ଲକ ମଂଗଳପୁର ବଜାରସ୍ଥ ବିଜୁ ଗ୍ରାମିଣ ବଜାର ସମ୍ମୁଖରେ ଏକ ପ୍ରତିବାଦ ସଭା ଆୟୋଜନ କରାଯାଇଥିଲା । ଏଥିରେ କଂଗ୍ରେସ ବିଧାୟକ ପ୍ରାର୍ଥି ସନ୍ତୋଷ ନନ୍ଦ, ପିସିସି ସଭ୍ୟ ଦେବେନ୍ଦ୍ର ପଣ୍ଡା, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଭରତ ଚନ୍ଦ୍ର ପରିଡା, ପ୍ରଫୁଲ ଜେନା, ଚନ୍ଦ୍ର ଶେଖର ସାହୁ, ମନୋରଂଜନ ପରିଡା,ଛାତ୍ରନେତା ଅନନ୍ତ କୁମାର ଜେନା, ରମାକାନ୍ତ ସେଠି, କମ୍ୟୁନିଷ୍ଟ ନେତା ଅଭୟ ପଣ୍ଡା ପ୍ରମୁଖ ମୋଦି ସରକାରଙ୍କ ଅଗଣତାନ୍ତ୍ରୀକ ଭାବେ ରାହୁଲ ଗାନ୍ଧିଙ୍କ ସଭ୍ୟପଦକୁ ରଦ୍ଧ କରାଯିବା, ଆଦାନୀକୁ ଦେଶର ସମ୍ପତ୍ତକୁ ଅତେୁକ ଅନୁକମ୍ପା ଦେଖାଇ ବିକ୍ରି କରିବା, ଦରଦାମନିୟନ୍ତ୍ରଣ ନକରିବା, ନିଯୁକ୍ତି ଦେବାରେ ବିଫଳ, ଚାଷୀଙ୍କ ଆୟ ଦି ଗୁଣିତ କରିବାରେ ବିଫଳ ହୋଇଛନ୍ତି । ଆଦାନୀକୁ ସୁରକ୍ଷା ଦେବାକୁ ଯାଇ ସବୁଠୁ ଅଧିକ ବିରୋଧ କରୁଥିବାରୁ ରାହୁଲ ଗାନ୍ଧିଙ୍କ ସାଂସଦ ପଦ ରଦ୍ଧ କରାଯାଇଛି । ଏହାଛଡା ବିରୋଧି ଦଳମାନେ ମୋଦି ସରକାରଙ୍କ ବିଫଳତା ଏବଂ ଭ୍ରଷ୍ଠାଚାରକୁ ସମାଲୋଚନା କଲେ ସିବିଆଇ ଏବଂ ଇଡି ଭଳି ସଂସ୍ଥାକୁ ପଠାଇ ଦମନ କରାଯାଉଛିବୋଲି ଅଭିଯୋଗ କରି ନିନ୍ଦା କରିବା ସହିତ ବକ୍ତବ୍ୟ ରଖିଥିଲେ । ବିଜୁ ଗ୍ରାମିଣ ବଜାର ଠାରୁ ଏକ ସୋଭାଯାତ୍ରାରେ ମୋଦି ବିରୋଧି ନାରା ଦେଇ ସ୍ଲୋଗାନ ଦେଇ ପେଟ୍ରୋଲପମ୍ପ ଠାରେ ପହଂଚିଥିଲେ । ସେଠାରେ ମୋଦିଙ୍କର କୁଷପୁତଳିକାକୁ ନିଆଁ ଲଗାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଦେବବ୍ରତ ପତି, ହୃଷିକେଷ ଜେନା, ବୃନ୍ଦାବନ ଜେନା, ଉମେଶ ଜେନା, ସବ୍ୟସାଚି ଦାସ, ଚନ୍ଦ୍ରନାରାୟଣ ଦାସ, ଶେଖର ସମ୍ବିତ ଧଳ, ଘନଶ୍ୟାମ ସାହୁ, ବିମଳ ମଲ୍ଲିକ, ନିତ୍ୟାନନ୍ଦ ଦାସ, ରମାକାନ୍ତ ଦାସ, ଅକ୍ଷୟ ନାୟକ, ମାୟାଧର ପାତ୍ର, ରବିନାରାୟଣ ଜେନା, ମଦନ ମଲ୍ଲିକ, ସୋମ୍ୟରଂଜନ ବେହେରା,ବିଜୟ ବେହେରା, ଅଜିତ ମହାନ୍ତି, ଅନିରୁଦ୍ଧ କୁଣ୍ଡୁ, ସୁରେନ୍ଦ୍ର ପଣ୍ଡା, ସମ୍ଭୁନାଥ ଜେନା, ଗିରିଧାରି ଜେନା, ପଞ୍ଚାନନ ଗାହାଣ, ଅଜୟ ନାୟକଜ୍ଝଙ୍କ ସମେତ ଶତାଧିକ କର୍ମ ଉପସ୍ଥିତ ଥିଲେ ।