‘ପରିକ୍ରମା’ ପକ୍ଷରୁ ଗୀତିକବି ଜିତେନ୍ଦ୍ର ପଟ୍ଟନାୟକଙ୍କ ୪୬ତମ ପୁଣ୍ୟତିଥି ବିଜୟ ଅଗ୍ରୱାଲଙ୍କୁ ଏ ‘ମାଟିର ଗୌରବ’,ସୌରୀଦତ୍ତ ମହାନ୍ତଙ୍କୁ ଏ ‘ମାଟିର ମହକ’ ଓ ରବୀନ୍ଦ୍ର ପଟ୍ଟନାୟକଙ୍କୁ ଏ ‘ମାଟିର ସୌରଭ’ ସମ୍ମାନ
ରାଇରଙ୍ଗପୁର : ଆକାଶବାଣୀ ଓ ଓଡ଼ିଆ ଚଳଚ୍ଚିତ୍ର ଜଗତର ପ୍ରଖ୍ଯାତ ଗୀତିକାର, ପ୍ରଥିତଯଶାା ସଙ୍ଗୀତଜ୍ଞ, ନାଟ୍ଯ ନିର୍ଦ୍ଦେଶକ ଓ ଗୀତିକବି ୰ଜିତେନ୍ଦ୍ର ପଟ୍ଟନାୟକଙ୍କ ୪୬ତମ ପୁଣ୍ୟତିଥି ଉପଲକ୍ଷେ ରାଇରଙ୍ଗପୁର କୁଚେଇବୁଢୀ ଦୁର୍ଗାପୂଜା ମଣ୍ଡପରେ ଆୟୋଜିତ ସ୍ମୃତି ସମାରୋହ ‘ଶରତ ଉତ୍ସବ’ ର ସୁମଧୁର ସଙ୍ଗୀତ ସନ୍ଧ୍ୟା ଓ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଛି । ବରିଷ୍ଠ ସାମ୍ବାଦିକ ତଥା ‘ପରିକ୍ରମା’ ର ଆବାହକ ମନୋଜ ଦାସଙ୍କ ଦ୍ଵାରା ଆୟୋଜିତ ସ୍ମୃତି ସନ୍ଧ୍ୟାରେ ମୁଖ୍ୟଅତିଥି ଭାବେ ବିଧାୟକ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ, ମୁଖ୍ୟବକ୍ତା ଭାବେ ବହଳଦା ଧୀରଜଲାଲ କଲେଜର ପୂର୍ବତନ ଅଧ୍ୟକ୍ଷ ହିମାଂଶୁ ଶେଖର ପଟ୍ଟନାୟକ, ସମ୍ମାନୀତ ଅତିଥି ଭାବେ ‘ପରିକ୍ରମା’ ର ଉପଦେଷ୍ଟା ସମାଜସେବୀ ଈଶାନ ମିଶ୍ର, ସମାଜସେବୀ ଶାନ୍ତନୁ ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ । ‘ପରିକ୍ରମା’ ର ସଂଯୋଜକ ରଞ୍ଜନ କୁମାର ନନ୍ଦଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆବାହକ ଶ୍ରୀ ଦାସଙ୍କ ସ୍ବାଗତ ଭାଷଣ ଓ ପ୍ରାରମ୍ଭିକ ସୂଚନା ପରେ ବକ୍ତାଗଣ, ଗୀତିକବି ଜିତେନ୍ଦ୍ର ପଟ୍ଟନାୟକଙ୍କ ବହୁମୂଖୀ ପ୍ରତିଭାର ସ୍ମୃତିଚାରଣ କରିବା ସହିତ ତାଙ୍କ ରଚିତ ଅସଂଖ୍ଯ ଗୀତିକବିତା ଓ ତା’ର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ସ୍ଥାନୀୟ ବିଶିଷ୍ଟ କଳାକାର ତଥା ସାରସ୍ବତ ସାଧକ ବିଜୟ ଅଗ୍ରୱାଲଙ୍କୁ ଏ ‘ମାଟିର ଗୌରବ’, ବିଶିଷ୍ଟ ଝୁମର ବିଷାରଦ ସୌରୀଦତ୍ତ ମହାନ୍ତଙ୍କୁ ଏ ‘ମାଟିର ମହକ’ ଓ ବରିଷ୍ଠ ସାମ୍ବାଦିକ ରବୀନ୍ଦ୍ର ପଟ୍ଟନାୟକଙ୍କୁ ଏ ‘ମାଟିର ସୌରଭ’ ସମ୍ମାନରେ ସମ୍ମାନିତ କରାଯାଇଥିଲା । ସମ୍ବର୍ଦ୍ଧିତ ପ୍ରତିଭା ମାନେ ମଧ୍ଯ ୰ଜିତେନ୍ଦ୍ର ବାବୁଙ୍କ ବହୁମୂଖୀ ପ୍ରତିଭାର ସ୍ମୃତିଚାରଣ କରିଥିଲେ । ଏହାପରେ ଜିତେନ୍ଦ୍ର ପଟ୍ଟନାୟକଙ୍କ ସ୍ମୃତି ଉଦ୍ଦେଶ୍ୟରେ ‘ସଙ୍ଗୀତ ଶ୍ରଦ୍ଧାଞ୍ଜଳି’ ସନ୍ଧ୍ୟାରେ ତାଙ୍କ ରଚିତ କେତୋଟି ସୁମଧୁର ସଙ୍ଗୀତ ପରିବେଷିତ ହୋଇଥିଲା । ଭୁବନେଶ୍ବରର ‘ରିୟଲ୍ ଟ୍ଯୁନ୍ ଫ୍ଯୁଜନ୍’ ଓ ଜଗନ୍ନାଥ ଦାଶ ଓ ସାଥୀ’ କଳାକାରଙ୍କ ଦ୍ବାରା ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ମାନସ, ମନୋଜ ରାୟ, ସ୍ବପ୍ନାପ୍ରିୟା ଏବଂ ଆବାହକ ମନୋଜ ଦାସ ସୁମଧୁର ସଙ୍ଗୀତ ଗାନ କରି ଅଗଣିତ ଦର୍ଶକଙ୍କ ମନ ମୋହି ନେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷାବିତ ଦିଲ୍ଲୀପ ମହାନ୍ତି, ବିଜୟ କୁମାର ରାମ, ଖୁଦିରାମ ମହାନ୍ତି, ନାଟୁ ଦାସ, ଦୁଷ୍ମନ୍ତ ଦାସ, ବାବୁ ମହାନ୍ତି, କିଶୋର ମଲ୍ଲିକ ଓ କଂଗ୍ରେସ ମହାନ୍ତ ପ୍ରମୁଖ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ‘ପରିକ୍ରମା’ ର ବରିଷ୍ଠ ସଦସ୍ୟ ଡ.ଦିଗମ୍ବର ଗିରି ଧନ୍ଯବାଦ ଅର୍ପଣ କରିଥିଲେ ।