ଓମିକ୍ରନ ଭୟ : ଅନୁଭବ ବଖାଣିଲେ ଓମିକ୍ରନକୁ ହରାଇଥିବା ବ୍ୟକ୍ତି
ନୂଆଦିଲ୍ଲୀ: ଦେଶରେ କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନକୁ ନେଇ ଭୟାବହତା ଦିନକୁଦିନ ବଢ଼ିବାରେ ଲାଗିଛି। ଏହିକ୍ରମରେ ଓମିକ୍ରନକୁ ହରାଇଥିବା ଜଣେ ବ୍ୟକ୍ତି ନିଜ ଅନୁଭବ ବଖାଣିଛନ୍ତି। ଦିଲ୍ଲୀର ରୋହିଣୀ ନିବାସୀ ସାହିଲ ଠାକୁର ଦୁବାଇରୁ ଭାରତ ଫେରିଥିଲେ। ଡିସମ୍ବର ୪ ତାରିଖରେ ସେ ଦୁବାଇରେ କରୋନା ଟେଷ୍ଟ କରାଇଥିଲେ ଯାହାର ରିପୋର୍ଟ ନେଗେଟିଭ ଆସିଥିଲା। କିନ୍ତୁ ଭାରତରେ ଟେଷ୍ଟ କରାଇବା ପରେ ରିପୋର୍ଟ ପଜିଟିଭ ଆସିଲା। କିନ୍ତୁ ତାଙ୍କଠାରେ କୌଣସି ଲକ୍ଷଣ ଦେଖା ଦେଉନଥିବା ସାହିଲ କହିଛନ୍ତି।
ସମ୍ପୃକ୍ତ ଆକ୍ରାନ୍ତ ସାହିଲ ଠାକୁର କହିଛନ୍ତି ଯେ, ଯଦି ମୋର ଟେଷ୍ଟ ହୋଇନଥାନ୍ତା ତେବେ ମୁଁ ଓମିକ୍ରନ୍ ଆକ୍ରାନ୍ତ ବୋଲି ଜାଣି ପାରିନଥାନ୍ତି। ଏବେ ମୋ ରିପୋର୍ଟ ନେଗେଟିଭ ଆସିଛି। ମୁଁ ୨ଥର ଟେଷ୍ଟ କରାଇଛି। ଓମିକ୍ରନ୍ ଚିହ୍ନଟ ହେବା ପରେ ମୁଁ ହସ୍ପିଟାଲରେ ଆଇସୋଲେସନରେ ଥିଲି। ସେଠାରେ ଥିବା ଅନ୍ୟ ରୋଗୀଙ୍କଠାରେ ମଧ୍ୟ କୌଣସି ଲକ୍ଷଣ ନଥିଲା। ମୁଁ ଯେତେବେଳେ ସଂକ୍ରମିତ ହେଲି ସେତେବେଳେ ଭାରତରେ ୨ଟି ଓମିକ୍ରନ୍ ମାମଲା ଥିଲା। ସେହିପରି ଡରିବା ଭଳି କିଛି ନଥିଲେ ମଧ୍ୟ ସମସ୍ତେ ସଚେତନ ରୁହନ୍ତୁ। ମୁଁ କରୋନାର ଉଭୟ ଡୋଜ୍ ନେଇଥିବାରୁ ସେମିତି କୌଣସି ପ୍ରଭାବ ପଡ଼ିଲାଣି। ଲୋକମାନେ ସରକାରଙ୍କୁ ସହଯୋଗ କରନ୍ତୁ। ମୁଁ ଜାଣିଛି ଏହା ଏତେ ଘାତକ ନୁହେଁ।