ଓମିକ୍ରନ ସଂକଟ, ଦେଶରେ ମୋଟ ୪୪୬୧ ସଂକ୍ରମିତ
ନୂଆଦିଲ୍ଲୀ : ଦେଶରେ କରୋନାର ନୂଆ ଭେରିଆଂଟ ଓମିକ୍ରନର ମାମଲା ଦୃତ ଗତିରେ ବଢି ଚାଲିଛି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ ଦେଶରେ ଓମିକ୍ରୋନର ସଂକ୍ରମଣ ବର୍ତମାନ ୪ ହଜାର ୪୬୧ ରେ ପହଂଚିଛି । ସଂକ୍ରମିତ ମାନଙ୍କ ମଧ୍ୟରୁ ୭୧୧ ଜଣଙ୍କର ସ୍ୱାସ୍ଥ୍ୟ ଠିକ୍ ହୋଇ ସାରିଛି ।
କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ମଂଗଳବାର ଜାରି କରାଯାଇଥିବା ହିସାବ ଅନୁସାରେ ବର୍ତମାନ ଦେଶର ୨୮ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶରେ ଓମିକ୍ରୋନ ସଂକ୍ରମଣରେ ସଂକ୍ରମିତ ହୋଇସାରିଛନ୍ତି । ସବୁଠାରୁ ଅଧିକ ସଂକ୍ରମଣ ମହାରାଷ୍ଟରେ ହୋଇଥିବା ସୂଚନା ଦିଆଯାଇଛି । ମହାରାଷ୍ଟ୍ରରେ ଏହା ୧୨୪୭ ମାମଲା ଥିବା ବେଳେ ରାଜସ୍ଥାନର ସ୍ଥାନ ଦ୍ୱିତିୟରେ ଅଛି , ଯେଉଁଠି ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୬୪୫ ଅଛି । ତୃତୀୟ ସ୍ଥାନରେ ଦିଲ୍ଲୀ ଅଛି ଯେଉଁଠି ବର୍ତମାନ ୫୪୬ ଜଣ ଓମିକ୍ରୋନରେ ଆକ୍ରାନ୍ତ ହୋଇଛନ୍ତି । ସେଇଭଳି ଚତୁର୍ଥ ସ୍ଥାନରେ ଅଛି କର୍ଣାଟକ ଯେଉଁଠାରେ ୪୪୯ ଜଣ ଲୋକ ସଂକ୍ରମିତ ହୋଇଛନ୍ତି । ୫ମରେ ଅଛି କେରଳ ଯେଉଁଠାରେ ୩୫୦ ମାମଲା ସାମନାକୁ ଆସୁଛି ।