ପ୍ରକାଶ ପାଇଲା ଓଜେଏସ -୨୦୨୧ ପରୀକ୍ଷା ଫଳ, ଆଦ୍ୟାଶା ମିଶ୍ର ଟପ୍ପର
ଭୁବନେଶ୍ୱର : ପ୍ରକାଶ ପାଇଲା ଓଡିଶା ଜୁଡିସିଆଲ ସର୍ଭିସ (ଓଜେଏସ) ପରୀକ୍ଷା ଫଳ -୨୦୨୧। ଏଥିରେ ୫୦ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ନେଇ ଓଡିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ସୂଚନା ମିଳିଛି।
କୃତକାର୍ଯ୍ୟ ହୋଇଥିବା ୫୦ ଜଣଙ୍କ ମଧ୍ୟରେ ୨୮ ଜଣ ଝିଅ ଅଛନ୍ତି। ଆଦ୍ୟାଶା ମିଶ୍ର ଟପ୍ପର ହୋଇଥିବା ବେଳେ ଚେତନା ପଟ୍ଟନାୟକ ଦ୍ୱିତୀୟ, ଏ.ଗୀତାଞ୍ଜଳି ନାଇଡୁ ତୃତୀୟ ଟପ୍ପର ହୋଇଛନ୍ତି। ସେହିପରି ଚତୁର୍ଥ ସ୍ଥାନରେ ବିଭୂ ପ୍ରସାଦ ନାୟକ, ପଞ୍ଚମ ସ୍ଥାନରେ ସୁମୀତା ରଥ, ଷଷ୍ଠରେ ରାଜଲକ୍ଷ୍ମୀ ମହାନ୍ତି, ସପ୍ତମରେ ରାଜେଶ ମିଶ୍ର, ଅଷ୍ଟମରେ ସୁସ୍ମିତା ମିଶ୍ର, ନବମରେ ସିତେଶ ମହାନ୍ତି, ଦଶମ ସ୍ଥାନରେ ବିନାୟକ ପ୍ରସାଦ ସାହୁ ଅଧିକାରୀ କରିଛନ୍ତି।