ବାଲେଶ୍ୱର : ଶାରୀଶୁଆ ପାହାଡ଼ର ବିବାଦୀୟ ଜାଗା ପରିଦର୍ଶନ କଲେ ଦୁଇ ଜିଲାର ଅଧିକାରୀ
ବାଲେଶ୍ୱର : ବାଲେଶ୍ୱର ଜିଲା ଖଇରା ତହସିଲ ଓ ମୟୁରଭଞ୍ଜ ଜିଲା କପ୍ତିପଦା ତହସିଲ ଅଧୀନ ରେ ଆସୁଥିବା ଶାରୀଶୁଆ ପାହାଡର କିଛି ବିବାଦୀୟ ଅଞ୍ଚଳକୁ ଉଭୟ ଜିଲାର ଦାବୀ କରି ଆସୁଛନ୍ତି । ଏନେଇ ମଙ୍ଗଳବାର ଉଭୟ ଜିଲାର ଅଧିକାରୀ ମାନେ ଖଇରା ବ୍ଲକର ବାଉଁଶଗଡିଆ ଗ୍ରାମ ପଞ୍ଚାୟତର ରମଦା ଗ୍ରାମ ନିକଟରେ ଉକ୍ତ ବିବାଦୀୟ ଜାଗା ପରିଦର୍ଶନ କରିବା ସହ ଅମିନଙ୍କ ଦ୍ୱାରା ନକ୍ସା ଦେଖି ଜମି ଚିହ୍ନଟ ପାଇଁ ଉଦ୍ୟମ କରାଯାଇଛି । ବାଲେଶ୍ୱର ଡିଏଫଓ ବିମଳ ପ୍ରସନ୍ନ ଆଚାର୍ଯ୍ୟ, ଏସିଏଫ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲାପାଳ ଭବେଶ ଚନ୍ଦ୍ର ନାୟକ, ରେଞ୍ଜର ବବିତା ସୋରେନ, ଫରେଷ୍ଟର ସୌମ୍ୟରଞ୍ଜନ ମାଝୀ, ଖଇରା ତହସିଲଦାର ମହେନ୍ଦ୍ର ପ୍ରସାଦ ବେହେରାଙ୍କ ସମେତ ମୟୁରଭଞ୍ଜ ଡିଏଫଓ ସନ୍ତୋଷ ଯୋଶୀ, ଏସିଏଫ ଦିଲିପ ବାରିକ, ଅତିରିକ୍ତ ଜିଲାପାଳ ପ୍ରକାଶ ଚନ୍ଦ୍ର ବେହେରା, କପ୍ତିପଦା ତହସିଲଦାର ଫରେଷ୍ଟର ରେଞ୍ଜର ପ୍ରମୁଖଙ୍କ ଉପସ୍ଥିତିରେ ବିବାଦୀୟ ଜମିର ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି । ଏ ସମ୍ପର୍କରେ ଖଇରା ତହସିଲଦାରଙ୍କୁ ଯୋଗାଯୋଗ କରିବାରେ ମଙ୍ଗଳବାର କେବଳ ନକ୍ସା ଦେଖି ଜମି ଚିହ୍ନଟ ଲାଗି ଉଦ୍ୟମ କରାଯାଇଥିଲା । ହେଲେ ଏହା ଚୂଡାନ୍ତ ହୋଇ ପାରିନାହିଁ । ପୁନଶ୍ଚ ପରବର୍ତ୍ତୀ ସମୟରେ ମାପ କରାଯାଇ ଚିହ୍ନଟ କରାଯିବାକୁ ଉଭୟ ଜିଲାର ଅଧିକାରୀ ମାନଙ୍କ ତରଫରୁ ନିଷ୍ପତ୍ତି ନିଆଯାଇଥିବାର କହିଛନ୍ତି ।
ସୂଚନା ଯେ, ଶାରୀଶୁଆ ପାହାଡର ଖାତା ନଂ୨୪୫ପ୍ଲଟ ନମ୍ବର ୧କୁ ନେଇ ଖଇରା ଓ କପ୍ତିପଦା ତହସିଲ ମଧ୍ୟରେ ପୁର୍ବରୁ ବିବାଦ ରହି ଆସିଛି ।