ଆଜିଠୁ ରାଜ୍ୟରେ ନାଇଟ୍ କର୍ଫ୍ୟୁ ଲାଗୁ
ଭୁବନେଶ୍ୱର : ଆଜିଠୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ରାଜ୍ୟରେ ନାଇଟ୍ କର୍ଫ୍ୟୁ ଲାଗୁ । ୨୦ ଜିଲ୍ଲାର ସହରାଞ୍ଚଳରେ କଟକଣା । ରାତି ୯ରୁ ସକାଳ ୫ ଯାଏ କର୍ଫ୍ୟୁ । ଜାରି ରହିବ ଆତ୍ୟାବଶ୍ୟକୀୟ ସେବା । ବଦଳିଲା ସୀମାନ୍ତ ୧୦ ଜିଲ୍ଲାର ନାଇଟ କର୍ଫ୍ୟୁ ସମୟ । ସହରାଞ୍ଚଳରେ ସପ୍ତାହନ୍ତ ସଟଡାଉନ୍ ।
ରାଜ୍ୟରେ କରୋନା ଗ୍ରାଫ ଉପର ମୁହାଁ । ରାଜ୍ୟରେ କରୋନା ସ୍ଥିତିକୁ ନିୟନ୍ତ୍ରଣ ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ । ଆଜିଠାରୁ ସାରା ରାଜ୍ୟରେ ପୁଣି ଲାଗୁ ହେଉଛି ନାଇଟ୍ କର୍ଫ୍ୟୁ । ପୂର୍ବରୁ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଥିବା ୧୦ ଜିଲ୍ଲା ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବା ସହିତ ସମୟ ବଦଳିଛି । ସୁନ୍ଦରଗଡ଼, ଝାରସୁଗୁଡା, ସମ୍ବଲପୁର, ବରଗଡ଼, ନୂଆପଡା, ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନାଗିରିରେ ନାଇଟ କର୍ଫ୍ୟୁକୁ କଡାକଡି କରାଯିବ । ଏହି ୧୦ ଟି ଅଧିକ ସଂକ୍ରମିତ ଜିଲ୍ଳାରେ ସନ୍ଧ୍ୟା ୬ ଟାରୁ ସକାଳ ୫ ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଛି । ଏହି ୧୦ ଟି ସୀମାନ୍ତ ଜିଲ୍ଲାରେ ସପ୍ତାହନ୍ତ ସଟ୍ଡାଉନ୍ ଘୋଷଣା କରାଯାଇଛି ରାଜ୍ୟର ସମସ୍ତ ସହରାଞ୍ଚଳରେ ଆଜିଠୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ନାଇଟ୍ କର୍ଫ୍ୟୁ ଜାରି ହେବ। ଭୁବନେଶ୍ୱର ସହ ଅନ୍ୟ ୨୦ଟି ଜିଲ୍ଲାର ସହରାଞ୍ଚଳରେ ରାତି ୯ଟାରୁ ସକାଳ ୫ଟା ଯାଏଁ ନାଇଟ୍ କର୍ଫ୍ୟୁ ରହିବ । ସବୁ ଧାର୍ମିକ, ରାଜନୈତିକ ଓ ସାମାଜିକ ସମାବେଶ ଉପରେ କଟକଣା । ଜରୁରୀ ସେବା ଜାରି ରହିବ ।
ରାଜ୍ୟରେ କରୋନା ସ୍ଥିତି ଜଟିଳ ଆଡ଼କୁ ଗତି କରୁଥିବା ବେଳେ ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଉଛନ୍ତି। ଗୁରୁବାର ୨୧ ଆଇଏଏସଙ୍କୁ କୋଭିଡ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ବ ଦିଆଯାଇଛି। ଏହାକୁ ନଜରରେ ରଖି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ରାଜ୍ୟ ସରକାରଙ୍କ ଅନ୍ୟ ପଦକ୍ଷେପ ଉପରେ କହିଛନ୍ତି । ବାହାର ରାଜ୍ୟରୁ ଓଡ଼ିଶା ଆସିବାକୁ ହେଲେ ଆରଟିପିସିଆର ନେଗେଟିଭ୍ ରିପୋର୍ଟ ଆବଶ୍ୟକ। ନଚେତ ଲୋକମାନଙ୍କୁ ୭ ଦିନିଆ କ୍ବାରେଣ୍ଟାଇନ୍ରେ ରଖାଯିବ। ଏହାସହ ଛତିଶଗଡ଼ ବର୍ଡରରେ ଥିବା ୧୦ ଜିଲ୍ଲା ସୁନ୍ଦରଗଡ଼ , ଝାରସୁଗୁଡ଼ା , ସମ୍ବଲପୁର, ବରଗଡ଼ , ବଲାଙ୍ଗିର , ନୂଆପଡ଼ା , କଳାହାଣ୍ଡି , ନବରଙ୍ଗପୁର , କୋରାପୁଟ ଏବଂ ମାଲକାନଗିରିର ସହରାଞ୍ଚଳରେ ଆସନ୍ତାକାଲିଠୁ ନାଇଟ କର୍ଫ୍ୟୁ ସମୟ ସନ୍ଧ୍ୟା ୬ରୁ ସକାଳ ୫ ଯାଏ କରାଯାଇଛି । ଅଧିକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହେଉଛି, ଓଡ଼ିଶାର ସମସ୍ତ ଜିଲ୍ଲାର ଥିବା ସହରାଞ୍ଚଳରେ ଆସନ୍ତାକାଲିଠୁ ରାତି ୯ରୁ ସକାଳ ୫ ପର୍ଯ୍ୟନ୍ତ ଲାଗୁ ହେବ। ଉପରୋକ୍ତ ୧୦ ଜିଲ୍ଲା ସୁନ୍ଦରଗଡ଼ , ଝାରସୁଗୁଡ଼ା , ସମ୍ବଲପୁର, ବରଗଡ଼ , ବଲାଙ୍ଗିର , ନୂଆପଡ଼ା , କଳାହାଣ୍ଡି , ନବରଙ୍ଗପୁର , କୋରାପୁଟ ଏବଂ ମାଲକାନଗିରିର ସମସ୍ତ ସହରରେ ସପ୍ତାହନ୍ତ କର୍ଫ୍ୟୁ ଲାଗୁ ହେବ। ଶନିବାର ଏବଂ ରବିବାର ଓ୍ବିକ୍ଏଣ୍ଡ ସଟ୍ଡାଉନ୍ କରାଯିବାକୁ ନିଷ୍ପତ୍ତି ହୋଇଛି। ଏହି କଟକଣା ସମୟରେ ଅତ୍ୟାବଶ୍ୟକ ସେବାକୁ ବାଦ ଦିଆଯାଇଛି। କ୍ଷୀର, ଗ୍ରୋସରି, ଡେଲିଭରି, ମେଡିସନ୍ ଆଦି ଚାଲୁ ରହିବ। ଏଥିପାଇଁ ସେମାନେ ନିଜର ପରିଚୟ ପତ୍ର ଦେଖାଇବେ। ଏଥିପାଇଁ କୌଣସି ସ୍ବତନ୍ତ୍ର ପରିଚୟ ପତ୍ର ଦରକାର ନାହିଁ। ନାଇଟ କର୍ଫ୍ୟୁ ସମୟରେ ମାଲ ପରିବହନ ଗାଡ଼ିକୁ ରୋକାଯାଇପାରିବ ନାହିଁ। ଦଶମ ଏବଂ +୨ ପରୀକ୍ଷା ସ୍ଥଗିତ ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଉଚ୍ଚଶିକ୍ଷାନୁଷ୍ଠାନରେ ୧୯ ତାରିଖ ଠାରୁ ଅନଲାଇନ୍ କ୍ଲାସ ଆରମ୍ଭ ହେବ। କୋଚିଂ ସେଣ୍ଟରରେ ଅଫଲାଇନ୍ କ୍ଳାସ ହେବ ନାହିଁ। ରାସ୍ତାକଡ଼ରେ ଯେଉଁମାନେ ଖାଦ୍ୟ ବିକ୍ରି କରୁଛନ୍ତି ସେଠାରେ କୋଭିଡ୍ କଟକଣା ମାନିବାକୁ ପଡ଼ିବ। ସିନେମା ହଲରେ ୫୦ ପ୍ରତିଶତ ଲୋକେ ଆସିପାରିବେ। ମୀନାବଜାରରେ ୨୦୦ ଲୋକେ ସାମିଲ ହୋଇପାରିବେ। ଅପେରାରେ ଏବେ କେବଳ ୧୦୦୦ ଲୋକ ପ୍ରବେଶ କରିବା ସହ ୬ ଫୁଟ୍ ଦୂରତା ରକ୍ଷା କରିବେ। ସରକାରୀ ଅଫିସ୍ ଏବଂ ବେସରକାରୀ ଅଫିସ୍ ଏବେ ୫୦ ପ୍ରତିଶତ କର୍ମଚାରୀରେ ଚାଲିବ । ବବାର, ହୋଟେଲ ଓ ରେଷ୍ଟୁରାଣ୍ଟ ଆଦିଗୁଡ଼ିକ ନିଜର ୫୦ ପ୍ରତିଶତ କ୍ଷମତାରେ ପରିଚାଳିତ ହେବେ। ସରକାର ବ୍ୟବସାୟିକ ଅନୁଷ୍ଠାନକୁ ବନ୍ଦ କରି ଜୀବିକା ପ୍ରଭାବିତ କରିବାକୁ ଚାହୁଁନାହାନ୍ତି । ତେଣୁ ଏସବୁ ଖୋଲା ରହିବ, କିନ୍ତୁ କୋଭିଡ୍ ଗାଇଡଲାଇନ୍କୁ ପାଳନ କରିବାକୁ ପଡ଼ିବ। ଯେଉଁମାନେ ଏହି ନିୟମ ଅମାନ୍ୟ କରିବେ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ବର୍ତ୍ତମାନ ସମସ୍ତ କୋଭିଡ୍ ହସ୍ପିଟାଲ କାର୍ଯ୍ୟକ୍ଷମ କରାଯାଉଛି। ତାସହିତ ଆହୁରି ଅଧିକ ବେଡ୍, ଆଇସିୟୁ ବ୍ୟବସ୍ଥା କରାଯାଉଛି । ଏହା ଲୋକମାନଙ୍କୁ ଟିକା ନେବାକୁ ମୁଖ୍ୟ ଶାସନ ସଚିବ ଅନୁରୋଧ କରିଛନ୍ତି। ସେହିପରି ମନ୍ଦିରଗୁଡ଼ିକ କେମିତି ପରିଚାଳିତ ହୋଇପାରିବ ସେ ନିଷ୍ପତ୍ତି ଜିଲ୍ଲାପାଳମାନେ ନେବେ। ଅଟୋ ରିକ୍ସା ଓ ଟ୍ୟାକ୍ସିରେ ଡ୍ରାଇଭରଙ୍କୁ ଛାଡ଼ି ୨ ଜଣ ବସିପାରିବେ। ମୀନାବଜାରରେ ୨୦୦ ଜଣ ଲୋକଙ୍କୁ ଅନୁମତି ମିଳିବ। ଅପେରାରେ ପୂର୍ବରୁ ୨୦୦୦ ଲୋକଙ୍କୁ ଅନୁମତି ମିଳୁଥିଲା। କିନ୍ତୁ ଏବେ ୧୦୦୦ ଲୋକଙ୍କୁ ଅନୁମତି ଦିଆଯାଇଛି। ସିନେମା ହଲ ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଚାଲିବ। ସରକାରୀ କାର୍ଯ୍ୟାଳୟ ୫୦ ପ୍ରତିଶତ ଲୋକଙ୍କୁ ନେଇ ଚାଲିବ। ଘରୋଇ କାର୍ଯ୍ୟାଳୟରେ କେତେ ପରିମାଣରେ କର୍ମଚାରୀ ରହିବେ, ସେ ନେଇ କର୍ତ୍ତୃପକ୍ଷ ଚିନ୍ତା କରିବେ। ଅଫିସରେ ପ୍ରବେଶ ପୂର୍ବରୁ ସାନିଟାଇଜର ବ୍ୟବହାର କରିବେ ଏବଂ ସାମାଜିକ ଦୂରତା ରକ୍ଷା କରିବେ। ଏବେ କୋଭିଡ ହସ୍ପିଟାଲକୁ କାର୍ଯ୍ୟକ୍ଷମ କରାଯାଉଛି। ଏଥି ସହିତ ଆଇସିୟୁ, ବେଡ ବଢ଼ାଯାଉଛି। ୪୫ ବର୍ଷରୁ ଊର୍ଦ୍ଧ୍ବ ଲୋକଙ୍କୁ ଟିକା ଦିଆଯାଉଛି। କରୋନାର ୨ୟ ଲହର ଜାରି ରହିଛି। ପ୍ରଥମ ଲହରକୁ ଆମେ ସଫଳତାର ସହିତ ମୁକାବିଲା କରିଥିଲେ। ଗତ କିଛି ଦିନ ମଧ୍ୟରେ ସାରା ଭାରତରେ କରୋନାର ନୂଆ ରେକର୍ଡ ଦେଖିବାକୁ ମିଳୁଛି। କରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା ବଢିଛି। ଛତିଶଗଡ଼ରେ କରୋନା ସଂଖ୍ୟା ବଢ଼ି ଚାଲିଛି। ଏବେ ଛତିଶଗଡ଼ରେ ୧ ଲକ୍ଷରୁ ଅଧିକ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। ଛତିଶଗଡ଼କୁ ଲାଗି ରହିଥିବା ୧୦ଟି ଜିଲ୍ଲାରେ ରାତ୍ରିକାଳୀନ କର୍ଫ୍ୟୁ ରାତି ବଳବତ୍ତର ରହିଛି। ଓଡ଼ିଶାରେ ସଂକ୍ରମିତ ଲେକଙ୍କ ସଂଖ୍ୟା ବଢ଼ି ଚାଲିଛି। ଏହାରି ଭିତରେ ଆମେ କିଛି ଜିଲ୍ଲାକୁ ଗସ୍ତ କରିସାରିଛୁ। ସୀମାରେ ସ୍ଥିତି ଆକାଳନ କରାଯାଇ ରାଜ୍ୟ ସରକାର ଏହି ସବୁ ନିଷ୍ପତ୍ତି ନେଇଛନ୍ତି।