ପ୍ରଚଣ୍ଡ ଖରାରେ ଅଦିନିଆ ବର୍ଷା ! ଆଜିଠୁ ଏହି ସବୁ ଜିଲାରେ ବର୍ଷିବ
ଭୁବନେଶ୍ୱର : ପ୍ରଚଣ୍ଡ ଖରା ମଧ୍ୟରେ ଅଦିନିଆ ବର୍ଷାର ସମ୍ଭାବନା ରହିଛି । ରାଜ୍ୟର କିଛି ଜିଲାରେ ବର୍ଷା ନେଇ ସତର୍କ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ମହାରାଷ୍ଟ୍ର ମଧ୍ୟ ଭାଗରୁ ସଂଲଗ୍ନ ଅଞ୍ଚଳ ପର୍ଯ୍ୟନ୍ତ ଏକ ଘୁର୍ଣ୍ଣିବଳୟ ସକ୍ରିୟ ରହିଛି । ଫଳରେ ସମୁଦ୍ର ଆଡୁ ଜଳୀୟ ବାଷ୍ପ ପୂର୍ଣ୍ଣ ବାୟୁ ରାଜ୍ୟକୁ ପ୍ରବେଶ କରୁଛି । ତେଣୁ ଉତ୍ତାପ ଓ ଜଳବାୟୁ ମିଶି କିଛି ସ୍ଥାନରେ ଘଡଘଡି ବର୍ଷା କରାଇବ ବୋଲି କେନ୍ଦ୍ର ସ୍ପଷ୍ଟ କରିଛି ।
ଆଜି ଅର୍ଥାତ ମାର୍ଚ୍ଚ ୨୪ ସକାଳ ୮ଟା ପର୍ଯ୍ୟନ୍ତ ଉପକୂଳ ଓଡିଶା ସମେତ କେନ୍ଦୁଝର, ମୟୁରଭଞ୍ଜ, ଢେଙ୍କାନାଳ, କନ୍ଧମାଳ, ରାୟଗଡା ଓ କୋରାପୁଟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଫଳରେ ତାତି ରୁ ସାମାନ୍ୟ ତ୍ରାହି ମିଳିବ । ଅନ୍ୟ ସବୁ ସ୍ଥାନରେ ଆସନ୍ତା ୪ରୁ ୫ ଦିନ ମଧ୍ୟରେ ତାପମାତ୍ରା ଅପରିବର୍ତ୍ତିତ ରହିବ । ଏହାପରେ ବିଶେଷ କରି ଆଭ୍ୟନ୍ତରୀଣ ଓଡିଶାରେ ସ୍ୱାଭାବିକ ଠାରୁ ତାପମାତ୍ରା ୨ରୁ ୩ ଡିଗ୍ରୀ ଅଧିକ ରହିବା ନେଇ ଆକଳନ କରିଛି କେନ୍ଦ୍ର । ସେହିପରି ଶୁକ୍ରବାର ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, କଟକ, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର,ନୟାଗଡ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ ଏବଂ ଶନିବାର କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, କଟକ, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଗଜପତି, ମାଲକାନଗିରି, କୋରାପୁଟ ଜିଲାରେ ବର୍ଷା ସମ୍ଭାବନା ରହିଛି ।