ଓଡ଼ିଶାକୁ ‘ସର୍ବଶ୍ରେଷ୍ଠ ମିଲେଟ୍ ପ୍ରୋତ୍ସାହନକାରୀ ରାଜ୍ୟ’
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ନୂତନ ଏବଂ ଆହ୍ୱାନମୂଳକ ପେଶା ନିମନ୍ତେ ମହିଳାମାନଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ରାଉରକେଲା ମହାନଗର ନିଗମ ଭିଏସ୍ଏସ୍ ମାର୍କେଟରେ ୫ ମେଟ୍ରିକ୍ ଟନ୍ର ଶୀତଳ ଭଣ୍ଡାର ବ୍ୟବସ୍ଥାର ପରିଚାଳନାରେ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ସଂଯୁକ୍ତ କରିଛି । ଏହା ମହିଳାମାନଙ୍କ ଅତିରିକ୍ତ ରୋଜଗାରରେ ସହାୟକ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ଆଇସିଏଆର୍, ଇଣ୍ଡିଆ ଏବଂ ଖାଦ୍ୟ ଓ କୃଷି ସଂଗଠନ ଦ୍ୱାରା ‘ପୋଷକ ଅନାଜ ଆୱାର୍ଡସର’ ଅଧୀନରେ ଓଡ଼ିଶା ସମ୍ମାନଜନକ ‘ସର୍ବଶ୍ରେଷ୍ଠ ମିଲେଟ୍ ପ୍ରୋତ୍ସାହନକାରୀ ରାଜ୍ୟ’ ଭାବେ କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କଠାରୁ ପୁରସ୍କାର ଗ୍ରହଣ କରିଥିବାରୁ ସନ୍ତୋଷ ବ୍ୟକ୍ତ କରିଛନ୍ତି । ତୃଣମୂଳସ୍ତରରୁ ‘ମିଲେଟ୍ ଓଡ଼ିଶା’ର ସଫଳ ରୂପାୟନ କରି ଉଦାହରଣ ସୃଷ୍ଟି କରିଥିବା ସମସ୍ତ ଅଂଶୀଦାରଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି ।