ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସମୁହ କ୍ରୀଡ଼ା ପ୍ରତିଯୋଗୀତା ଉଦ୍ଯାପିତ
ସିମୁଳିଆ : ବାଲେଶ୍ୱର ଜିଲା ସିମୁଳିଆ ବ୍ଲକର ରଘୁନାରାୟଣ ଉଚ୍ଚ ବିଦ୍ୟାଳୟ ପରିସର ବିଜୁ ପଟ୍ଟନାୟକ ମିନି ଷ୍ଟାଡ଼ିୟମ ପରିସରରେ ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସମୁହ ଦ୍ୱାରା ଗତ ରବିବାର ଠାରୁ ଆରମ୍ଭ ହୋଇଥିବା ଖୋ-ଖୋ, ସଫ୍ଟବଲ ଓ ଟେନିକଏଟ ପ୍ରତିଯୋଗୀତା ଗୁରୁବାର ସନ୍ଧ୍ୟାରେ ଉଦ୍ଯାପିତ ହୋଇଛି । ଏଥିରେ ୧୪ ଓ ୧୭ବର୍ଷ ବୟସରୁ କମ୍ ବାଳିକା ବାଳକ ମାନେ ଅଂଶ ଗ୍ରହଣ କରିଥିଲେ ।
ସୋମବାର ସନ୍ଧ୍ୟାରେ ଟେନିକଏଟ ପ୍ରତିଯୋଗୀତା ଉଦ୍ଯାପତି ହୋଇଥିବା ବେଳେ ଗୁରୁବାର ସନ୍ଧ୍ୟାରେ ଖୋଖୋ, ସଫ୍ଟବଲ ପ୍ରତିଯୋଗୀତା ଉଦ୍ଯାପିତ ହୋଇଥିଲା । ଟେନିକଏଟରେ ସୁନ୍ଦରଗଡ଼, ବଲାଙ୍ଗୀର, ଯାଜପୁର, ଓ କଟକ ଜିଲା ଚମ୍ପିୟାନ ହୋଇଥିବା ବେଳେ ୧୪ବର୍ଷରୁ କମ୍ ଖୋଖୋ ପ୍ରତିଯୋଗୀତାର ବାଳିକା ବିଭାଗରେ ଭୁବନେଶ୍ୱର ଟିମ୍ ଚମ୍ପିୟାନ ଓ କେନ୍ଦୁଝର ଟିମ୍ ରନର୍ସଅପ୍, ବାଳକ ବିଭାଗରେ ବଲାଙ୍ଗିର ଟିମ୍ ଚମ୍ପିୟାନ ସ ପୁରୀ ଟିମ୍ ରନର୍ସଅପ ହୋଇଛନ୍ତି । ସେହିପରି ସଫ୍ଟବଲରେ ବାଳିକା ବିଭାଗରେ ବାଲେଶ୍ୱର ଓ ଖୋର୍ଦ୍ଦା, ବାଳକ ବିଭାଗରେ ବାଲେଶ୍ୱର ଓ ଖୋର୍ଦ୍ଦା ଟିମ୍ ଯଥାକ୍ରମେ ଚମ୍ପିୟାନ ଓ ରନର୍ସଅପ ରୂପେ ପୁରସ୍କୃତ ହୋଇଛନ୍ତି ।
ଜିଲା ଶିକ୍ଷା ଅଧିକାରୀ ବିଷ୍ଣୁଚରଣ ସୂତାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଯାପନୀ ଉତ୍ସବରେ ସମ୍ମାନୀତ ଅତିଥି ରୂପେ ତହସିଲଦାର ବିଶ୍ୱନାଥ ବିଶ୍ୱାଳ, ଜିଲା କ୍ରୀଡ଼ା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା, ବିଇଓ ପ୍ରକାଶ କୁମାର ମହାଳିକ, ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ଧରଣୀଧର ପାତ୍ର, ଗଜେନ୍ଦ୍ର ପରିଡା ପ୍ରମୁଖଥିଲେ । ଖେଳାଳୀମାନଙ୍କୁ କପ୍ ଓ ମାନପତ୍ର ପ୍ରଦାନ କରାଯାଇଥିଲା । ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଶାରିରୀକ ଶିକ୍ଷା ଅଧିକାରୀ କୈଳାସ ଚନ୍ଦ୍ର ପ୍ରଧାନ ବିବରଣୀ ପାଠ ଓ ଜିଲା ଶିକ୍ଷା ଅଧିକାରୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଭିନ୍ନ ଅତିଥିମାନଙ୍କୁ ସମ୍ମାନିତ କରାଯାଇଥିଲା । ରଘୁନାୟାରଣ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ଉଦ୍ଯାପନୀ ସଙ୍ଗୀତ ଗାନ କରିଥିଲେ । ସୂଚନା ଯେ, ରାଜ୍ୟସ୍ତରୀୟ କ୍ରୀଡ଼ାରେ ବ୍ୟାପକ ଅଭାବ ଅସୁବିଧା ସମ୍ପର୍କରେ ମଧ୍ୟାହ୍ନ ଓ ଉଦ୍ଯାପନୀ ଉତ୍ସବ ପରେ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ସରକାର ଅନ୍ୟାନ୍ୟ କ୍ଷେତ୍ରରେ କୋଟିକୋଟି ଟଙ୍କା ଅପବ୍ୟୟ କରୁଥିବା ବେଳେ ଛାତ୍ରୀଛାତ୍ରମାନଙ୍କ ପାଇଁ ଉଦ୍ଦିଷ୍ଟ କ୍ରୀଡ଼ା କ୍ଷେତ୍ରରେ ଆବଶ୍ୟକତା ଠାରୁ କମ୍ ସୁବିଧା ସୁଯୋଗ ଯୋଗାଇବା ଯୋଗୁଁ ଅସନ୍ତୋଷତା ପ୍ରକାଶ ପାଇଥିଲା ।