ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ : ୩୫୦୦ଟି ସରପଞ୍ଚ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ
![](https://thetruths.in/wp-content/uploads/2021/11/State-Election-Commission-Secretary-Rabindra-Sahu.png)
- ଜିଲା ପରିଷଦ ସଭ୍ୟ, ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ମେମ୍ବର ସଂରକ୍ଷଣ ତାଲିକା ପ୍ରକାଶ
- ୨୦୭ଟି ଜିଲା ପରିଷଦ ଆସନ ଅସଂରକ୍ଷିତ
ଭୁବନେଶ୍ୱର : ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନ ୨୦୨୨ ଲାଗି ବିଭିନ୍ନ ଜିଲାରୁ ଜିଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳମାନେ ଜିଲ୍ଲାରେ ଥିବା ସରପଂଚ, ସମିତି ସଭ୍ୟ ଏବଂ ୱାର୍ଡ ମେମ୍ବରଙ୍କ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ରାଜ୍ୟ ନିର୍ବାଚନ କମିଶନରକୁ ପ୍ରଦାନ କରିଛନ୍ତି । ସେହିପରି ଜିଲ୍ଲାୱାରୀ ଜିଲା ପରିଷଦ ସଭ୍ୟ ସଂରକ୍ଷଣ ତାଲିକା ପଂଚାୟତିରାଜ ବିଭାଗ ପକ୍ଷରୁ ରାଜ୍ୟ ନିର୍ବାଚନ କମିଶନରଙ୍କୁ ପ୍ରଦାନ କରାଯାଇଛି । ରାଜ୍ୟର ମୋଟ ୮୫୩ ଜିଲ୍ଲା ପରିଷଦ ସଭ୍ୟ ପଦ ମଧ୍ୟରୁ ଅନୁସୂଚିତ ଜାତି ବର୍ଗଙ୍କ ଲାଗି ୬୪ଟି ସ୍ଥାନ ସଂରକ୍ଷିତ ରହିଥିବା ବେଳେ ଅନୁସୂଚିତ ଜାତି ମହିଳାଙ୍କ ଲାଗି ୮୪ଟି ସ୍ଥାନ ସଂରକ୍ଷିତ ରହିଛି । ସେହିଭଳି ଅନୁସୂଚିତ ଜନଜାତି ବର୍ଗଙ୍କ ଲାଗି ୧୦୦ଟି ସ୍ଥାନ ସଂରକ୍ଷିତ ରହିଥିବା ବେଳେ ଅନୁସୂଚିତ ଜନଜାତି ମହିଳାଙ୍କ ଲାଗି ୧୧୮ଟି ସ୍ଥାନ ସଂରକ୍ଷିତ ରହିଛି । ପଛୁଆ ବର୍ଗଙ୍କ ଲାଗି ୪୯ଟି ସ୍ଥାନ ସଂରକ୍ଷିତ ରହିଥିବା ବେଳେ ପଛୁଆବର୍ଗ ମହିଳାଙ୍କ ଲାଗି ୫୫ଟି ସ୍ଥାନ ସଂରକ୍ଷିତ ରହିଛି । ଅଣ ସଂରକ୍ଷିତ ବର୍ଗରେ ୨୦୭ଟି ସ୍ଥାନ ଏବଂ ମହିଳାଙ୍କ ଲାଗି ୧୭୬ଟି ସ୍ଥାନ ସଂରକ୍ଷିତ ରହିଛି ।
ରାଜ୍ୟର ମୋଟ ୬୭୯୪ ଗୋଟି ସରପଂଚ ପଦ ମଧ୍ୟରୁ ୪୨୬ ଗୋଟି ଅନୁସୂଚିତ ଜାତି ଓ ୫୨୫ ଗୋଟି ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ସେହିପରି ଅନୁସୂଚିତ ଜନଜାତିଙ୍କ ଲାଗି ୧୨୩୭ଟି ସ୍ଥାନ ସଂରକ୍ଷିତ ଥିବା ବେଳେ ଅନୁସୂଚିତ ଜନଜାତି ମହିଳାଙ୍କ ଲାଗି ୧୩୭୬ଟି ସଂଖ୍ୟକ ସରପଂଚ ସ୍ଥାନ ସଂରକ୍ଷିତ ରହିଛି । ପଛୁଆବର୍ଗଙ୍କ ଲାଗି ୩୪୯ ଏବଂ ପଛୁଆବର୍ଗ ମହିଳାଙ୍କ ଲାଗି ୪୨୯ଟି ସରପଂଚ ସ୍ଥାନ ସଂରକ୍ଷିତ ରହିଛି । ଅଣ ସଂରକ୍ଷିତ ବର୍ଗରେ ୧୨୮୨ ଏବଂ ମହିଳାଙ୍କ ପାଇଁ ୧୧୭୦ଟି ସ୍ଥାନ ସଂରକ୍ଷିତ ରହିଛି । ୬୭୯୩ ଗୋଟି ସମିତି ସଭ୍ୟ ମଧ୍ୟରୁ ଅନୁସୂଚିତ ଜାତି ବର୍ଗରେ ୫୧୫ଟି ସ୍ଥାନ ସଂରକ୍ଷିତ ଥିବା ବେଳେ ଅନୁସୂଚିତ ଜାତି ମହିଳା ବର୍ଗରେ ୬୮୨ଟି ସ୍ଥାନ ସଂରକ୍ଷିତ ରହିଛି । ଅନୁସୂଚିତ ଜନଜାତି ବର୍ଗରେ ୮୨୪ଟି ସ୍ଥାନ ସଂରକ୍ଷିତ ଥିବା ବେଳେ ଅନୁସୂଚିତ ଜନଜାତି ମହିଳା ବର୍ଗରେ ୧୦୩୩ଟି ସ୍ଥାନ ସଂରକ୍ଷିତ ରହିଛି । ପଛୁଆ ବର୍ଗଙ୍କ ଲାଗି ୩୯୫ଟି ସ୍ଥାନ ସଂରକ୍ଷିତ ରହିଥିବା ବେଳେ ପଛୁଆ ବର୍ଗ ମହିଳାଙ୍କ ଲାଗି ୫୧୮ଟି ସ୍ଥାନ ସଂରକ୍ଷିତ ରହିଛି । ଅଣ ସଂରକ୍ଷିତ ବର୍ଗରେ ୧୫୨୧ଟି ସ୍ଥାନ ରହିଥିବା ବେଳେ ମହିଳାଙ୍କ ଲାଗି ୧୩୦୫ଟି ସ୍ଥାନ ସଂରକ୍ଷିତ ରହିଛି । ୯୧୯୧୬ଟି ୱାର୍ଡମେମ୍ବର ମଧ୍ୟରୁ ଅନୁସୂଚିତ ଜାତିଙ୍କ ଲାଗି ୬୩୩୬ଟି ସ୍ଥାନ ସଂରକ୍ଷିତ ରହିଥିବା ବେଳେ ଅନୁସୂଚିତ ଜାତି ମହିଳାଙ୍କ ଲାଗି ୧୦୧୩୪ଟି ସ୍ଥାନ ସଂରକ୍ଷିତ ରହିଛି । ଅନୁସୂଚିତ ଜନଜାତିଙ୍କ ଲାଗି ୧୦୫୫୯ଟି ସ୍ଥାନ ସଂରକ୍ଷିତ ରହିଥିବା ବେଳେ ଅନୁସୂଚିତ ଜନଜାତି ମହିଳାଙ୍କ ଲାଗି ୧୪୨୩୬ ସ୍ଥାନ ସଂରକ୍ଷିତ ରହିଛି । ପଛୁଆ ବର୍ଗଙ୍କ ଲାଗି ୪୮୦୪ଟି ସ୍ଥାନ ସଂରକ୍ଷିତ ରହିଥିବା ବେଳେ ପଛୁଆ ବର୍ଗ ମହିଳାଙ୍କ ଲାଗି ୭୨୨୭ଟି ସ୍ଥାନ ସଂରକ୍ଷିତ ରହିଛି । ଅଣ ସଂରକ୍ଷିତ ବର୍ଗରେ ୨୦୭୪୮ଟି ଏବଂ ମହିଳାଙ୍କ ଲାଗି ୧୭୮୭୨ ସ୍ଥାନ ସଂରକ୍ଷିତ ରହିଛି ।