ରାଜ୍ୟରେ ଲକ୍ଡାଉନ୍ କଟକଣା ଆଶିଂକ କୋହଳ
- ୧୭ ଜିଲ୍ଲାରେ ସକାଳ ୭ରୁ ସଂଧ୍ୟା ୫ ଏବଂ ୧୩ ଜିଲ୍ଲାରେ ସକାଳ ୬ରୁ ଦିନ ୧ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା
- ଜାରି ରହିବ ସପ୍ତାହାନ୍ତ ସଟ୍ଡାଉନ୍ ଓ ରାତ୍ରି କର୍ଫ୍ୟୁ
ଭୁବନେଶ୍ୱର : ରାଜ୍ୟରେ ଲକ୍ଡାଉନ୍ କଟକଣା ଆଶିଂକ କୋହଳ । ଗୁରୁବାର ଠାରୁ ଆରମ୍ଭ ହେବ ଅନଲକ୍ ପ୍ରକ୍ରିୟା । କିନ୍ତୁ ମାନିବାକୁ ପଡିବ କରୋନା କଟକଣା । ରେଡ୍ ଜୋନରେ ଥିବା ଜିଲ୍ଲାକୁ ଛାଡି ଅନ୍ୟ ସମସ୍ତ ଜିଲ୍ଲାକୁ ଅନଲକ୍ କରିଛନ୍ତି ରାଜ୍ୟ ସରକାର । ଜୁଲାଇ ୧ ପର୍ଯ୍ୟନ୍ତ ଆଶିଂକ ଲକ୍ଡାଉନ୍ ଜାରି ରହିବ । ଏନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି ।
ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ରାଜ୍ୟର ୧୭ଜିଲ୍ଲାରେ କୋହଳ ହୋଇଛି ଲକ୍ଡାଉନ୍ କଟକଣା । ଏହିସବୁ ଜିଲ୍ଲାରେ ସକାଳା ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ କଟକଣା ଜାରି ରହିବ । ଉପକୂଳବର୍ତ୍ତୀ ୧୩ ଜିଲ୍ଲାରେ ଲକ୍ଡାଉନ୍ ନିୟମ ସାମନ୍ୟ କୋହଳ ହୋଇଛି । ଏହି ସବୁ ଜିଲ୍ଲାରେ ସକାଳ ୬ଟାରୁ ଦିନ ୧ଟା ପର୍ଯ୍ୟନ୍ତ କଟକଣା ରହିବ । ସେହିପରି ଜାରି ରହିବ ସପ୍ତାହାନ୍ତ ସଟ୍ଡାଉନ୍ ।