ଶିଶୁଙ୍କୁ ଟିକାକରଣରେ ଦେଶର ଏକ ନମ୍ବର ରାଜ୍ୟ ଓଡ଼ିଶା
ଭୁବନେଶ୍ୱର : ଶିଶୁଙ୍କୁ ଟୀକାକରଣରେ ଓଡିଶା ଏକ ନମ୍ବର । ଶିଶୁ ଟୀକାକରଣରେ ଓଡ଼ିଶା ଏକ ନମ୍ବର ସ୍ଥାନରେ ରହିଛି । ଦେଶର ସମସ୍ତ ରାଜ୍ୟମାନଙ୍କ ମଧ୍ୟରେ ଓଡିଶା ପ୍ରଥମ ସ୍ଥାନରେ ରହିଛି। ଏନେଇ ଜାତୀୟ ପରିବାର ସ୍ଵାସ୍ଥ୍ୟ ସର୍ବେକ୍ଷଣ ରିପୋର୍ଟରେ ଦର୍ଶାଯାଇଛି ।
ରାଜ୍ୟରେ ଏବେ ପର୍ଯ୍ୟନ୍ତ ୯୦.୫% ଶିଶୁ ସମସ୍ତ ଟିକା ଗ୍ରହଣ କରିଛନ୍ତି। ସେହିଭଳି ୯୨.୨% ଆନୁଷ୍ଠାନିକ ପ୍ରସବ ହୋଇଛି ।