ଭିଂଟେଜ୍ ଯାନ ପାଇଁ ନୂତନ ପଞ୍ଜୀକରଣ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ
ସ୍କ୍ରାପ ହେବନି ୫୦ବର୍ଷରୁ ଅଧିକ ବର୍ଷର କ୍ଲାସିକ ଯାନ, ଜାରି ହେବ ସ୍ୱତନ୍ତ୍ର ନମ୍ବର ପ୍ଲେଟ
ଭୁବନେଶ୍ୱର: ଭିଂଟେଜ ଯାନ ସଂଗ୍ରହକାରୀଙ୍କ ପାଇଁ ଖୁସି ଖବର । ସ୍କ୍ରାପ ହେବନି ୫୦ବର୍ଷରୁ ଅଧିକ ବର୍ଷର କ୍ଲାସିକ ଯାନ । ଏହାକୁ ସୁରକ୍ଷିତ ରଖିବାକୁ ଓଡ଼ିଶା ସରକାର ଆଣିଛନ୍ତି ନୂଆ ବ୍ୟବସ୍ଥା । ଏହି ଗୁଡ଼ିକ ପାଇଁ ଜାରିହେବ ସ୍ୱତନ୍ତ୍ର ନମ୍ବର ପ୍ଲେଟ୍ । ଭିେଂଟଜ ଯାନ ଗୁଡ଼ିକର ଐତିହ୍ୟକୁ ସଂରକ୍ଷଣ ତଥା ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଏପରି ନିଷ୍ପତି ନେଇଛନ୍ତି । ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ଭିଂଟେଜ ଯାନ ଗୁଡ଼ିକର ପଞ୍ଜିକରଣ ପାଇଁ ବ୍ୟବସ୍ଥା କରିଛି ।
ଏଭଳି ବ୍ୟବସ୍ଥା କରିବାରେ ଓଡ଼ିଶା ଦେଶରେ ପ୍ରଥମ ରାଜ୍ୟ । ସ୍କ୍ରାପ ନୀତିରେ ପୁରୁଣା ଗାଡ଼ିର ବ୍ୟବହାରକୁ ବନ୍ଦ କରାଯାଇଛି । ତେବେ ପୁରୁଣା ଯାନଗୁଡ଼ିକର ଐତିହ୍ୟ ସଂରକ୍ଷଣ ଏବଂ ଏହାକୁ ପ୍ରୋତ୍ସାହିତ କରିବା ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ଭିଂଟେଜ ମୋଟର ଯାନ ଗୁଡ଼ିକର ପଞ୍ଜିକରଣକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ନିୟମ ଅନୁସାରେ ଗାଡ଼ିର ପ୍ରଥମ ପଞ୍ଜିକରଣର ୫୦ବର୍ଷରୁ ଅଧିକ ପୁରୁଣା ଗାଡ଼ି ଭିେଂଟଜ ଭାବେ ଗ୍ରହଣ କରାଯିବ । ଏହାର ଚେଚିସ, ବଡିସେଲରରେ କୌଣସି ପରିବର୍ତନ ହୋଇନଥିବ । ଇଞ୍ଜିନରେ କୌଣସି ପ୍ରମୁଖ ମରାମତି ହୋଇନଥିଲେ ତାହା ଭିେଂଟଜ ଭାବେ ଗ୍ରହଣ ହେବ । ଏହାକୁ ପୁନଃ ପଞ୍ଜିକରଣ ପାଇଁ ଆବେଦନ କରାଯିବ । ଗାଡ଼ିର ଫିଟନେସ ବୈଧ ଥିଲେ ପଞ୍ଜିକରଣ ପ୍ରମାଣପତ୍ର ପ୍ରଦାନ କରାଯିବ । ଭିଂଟେଜ ଯାନ ଅନୁମୋଦିତ ହେଲେ ଏହାକୁ ଏକ ନୂତନ ପଞ୍ଜିକରଣ ଚିହ୍ନ ଦିଆଯିବ ।
ନୂତନ ନିୟମ ଅନୁଯାୟୀ, ଏକ ନୂତନ ସାର୍ଟିଫିକେଟ୍ ପ୍ରଦାନ ନିମନ୍ତେ ମାଲିକର ୨୦ ହଜାର ଟଙ୍କା ଖର୍ଚ୍ଚ ହେବ ଏବଂ ଏହା ୧୦ ବର୍ଷ ପାଇଁ ବୈଧ ହେବ । ପରବର୍ତୀ ସମୟରେ, ଉକ୍ତ ପଞ୍ଜୀକରଣର ନବୀକରଣ ପାଇଁ ମାଲିକର ଅତିରିକ୍ତ ୫ ହଜାର ଟଙ୍କା ଖର୍ଚ୍ଚ ହେବ ଏବଂ ତାହାର ବୈଧତା ୫ ବର୍ଷ ଯାଏ ରହିବ । ଭିେଂଟଜ୍ ମୋଟର ଯାନଗୁଡିକ ନିୟମିତ / ବାଣିଜ୍ୟିକ ଉଦ୍ଦେଶ୍ୟରେ ରାସ୍ତାରେ ଚାଲିପାରିବ ନାହିଁ । ଏହା କେବଳ ପ୍ରଦର୍ଶନୀ, ରାଲି, ଏବଂ ଏହିପରି ଉଦେଶ୍ୟରେ ଚାଲି ପାରିବ । ଭିେଂଟଜ୍ ନମ୍ବର ଦିଆଯିବା ପରେ ଏକ ଭିେଂଟଜ୍ ମୋଟର ଯାନର ମାଲିକ ମଧ୍ୟ ମୋଟର ଯାନର ମାଲିକାନା ସ୍ଥାନାନ୍ତର ପାଇଁ ଆବେଦନ କରି ନିଜର ଭିେଂଟଜ୍ ଗାଡି ବିକ୍ରି କରିପାରିବେ ଏବଂ ମୋଟର ଯାନ ଅଧିନିୟମ, ୧୯୮୮ ଅନୁଯାୟୀ ପ୍ରଦାନ କରାଯାଇଥିବା ପଦ୍ଧତିରେ ଆବେଦନ କରି ତାଙ୍କ ଠିକଣା ପରିବର୍ତନ କରିପାରିବେ ।