ରାଜ୍ୟରେ ଲାଗୁ ହେଲା ଆଂଶିକ ଲକଡାଉନ କଟକଣା
ଭୁବନେଶ୍ୱର : ଆଜି ଠାରୁ ସାରା ରାଜ୍ୟରେ ଆଂଶିକ ଲକଡାଉନ କଟକଣାକୁ ଲାଗୁ କରାଯାଇଛି । ଏହି କଟକଣା ଆଗାମୀ ଜୁଲାଇ ପହିଲା ଯାଏ ରହିବ । ରାଜ୍ୟର ମୁଖ୍ୟତଃ ପଶ୍ଚିମ ଓ ଦକ୍ଷିଣାଂଚଳରେ ଥିବା ୧୭ଟି ଜିଲ୍ଲାରେ ସଂକ୍ରମଣ ହାର କମ ଥିବାରୁ ଏହି ଜିଲ୍ଲା ମାନଙ୍କୁ ବର୍ଗ ଲ-କରେ ସାମିଲ କରା ଯାଇ ରେ ଲକଡାଉନ କଟକଣାକୁ ଅଧିକ କୋହଳ କରା ଯାଇଛି । ଏହି ୧୭ ଟି ଜିଲ୍ଲାରେ ସକାଳ ୬ ଟା ଠାରୁ ସଂଧ୍ୟା ୫ ଟା ପର୍ଯ୍ୟନ୍ତ ଆବଶ୍ୟକୀୟ ଦ୍ରବ୍ୟ ଦୋକାନ ଖୋଲା ରହିବ । ଏହି ଜିଲ୍ଲା ଗୁଡିକ ହେଲା ବରଗଡ଼, ବଲାଙ୍ଗିର, ବୌଦ୍ଧ, ଦେବଗଡ଼, ଗଜପତି, ଗଂଜାମ, ଝାରସୁଗୁଡ଼ା, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ମାଲକନାଗିରି, ନବରଙ୍ଗପୁର, ନୂଆପଡ଼ା, ରାୟଗଡ଼ା, ସମ୍ବଲପୁର, ସୁବର୍ଣ୍ଣପୁର ଏବଂ ସୁନ୍ଦରଗଡ଼ । ଏହି ସବୁ ଜିଲ୍ଲାମାନଙ୍କରେ ସଂକ୍ରମଣହାର ୫% ବା ସେଥିରୁ କମ୍ ଅଛି ।
ସେହିପରି ଅନ୍ୟ ୧୩ ଟି ଜିଲ୍ଲାରେ ପରୀକ୍ଷା ଓ ପଜିଟିଭ୍ ହାର ଅଧିକ ଥିବାରୁ ସେଗୁଡ଼ିକ ‘ବର୍ଗ-ଖ’ ରେ ତାଲିକାଭୁକ୍ତ କରାଯାଇଛି । ଏହି ଜିଲ୍ଲାଗୁଡ଼ିକ ହେଲା ବାଲେଶ୍ୱର, ଭଦ୍ରଖ, କଟକ, ଜଗତସିଂପୁର, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ପୁରୀ, ନୟାଗଡ଼, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ ଏବଂ ମୟୁରଭଞ୍ଜ । ଏସବୁ ଜିଲ୍ଲାରେ ସଂକ୍ରମଣହାର କମିଥିଲେ ଯେ ବର୍ଗ-କ ଜିଲ୍ଳାମାନଙ୍କଠାରୁ ଅଧିକ ରହିଛି । ତେଣୁ ଏସବୁ ଜିଲ୍ଲାରେ ଅତ୍ୟାବଶ୍ୟକୀୟ ପଦାର୍ଥ ଦୋକାନ ସକାଳ ୬ ଟାରୁ ଅପରାହ୍ନ ୧ ଟା ପର୍ଯ୍ୟନ୍ତ ଖୋଲାରହିବ । ପୁର୍ବରୁ ଏହା ସକାଳ ୭ ଟାରୁ ୧୧ ଟା ପର୍ଯ୍ୟନ୍ତ ଥିଲା । ଏହି ୧୩ ଟି ଜିଲ୍ଲାରେ ଅନ୍ୟାନ୍ୟ କଟକଣା ବଳବତର ରହିବ । ଏହି ଆଂଶିକ ଲକଡାଉନରେ ସାରା ରାଜ୍ୟରେ ଜୀବନ ଓ ଜିବୀକା ମଧ୍ୟରେ ସମନ୍ୱୟ ରଖିବା ନିମନ୍ତେ ସାଇକେଲ୍ ମରାମତି, ଯାନବାହନ ମରାମତି, କଳକାରଖାନା, ବିଭିନ୍ନ ପ୍ରକାର ନିର୍ମାଣ କାର୍ଯ୍ୟ, ଦ୍ରବ୍ୟ ପରିବହନ, କୃଷି, ମତ୍ସ୍ୟ ଚାଷ ଓ ପଶୁପାଳନ ସମ୍ବନ୍ଧିତ ଦୋକାନ ଏବଂ କାମକୁ କଟକଣା ମୁକ୍ତ କରାଯାଇଛି । ସେହିପରି ଦୁଗ୍ଧଚାଷୀଙ୍କ ଜିବୀକା ଦୃଷ୍ଟିରୁ ମିଠା ଦୋକାନ ନିର୍ଦ୍ଧାରିତ ସମୟ ମଧ୍ୟରେ ଖୋଲିବାପାଇଁ ଅନୁମତି ଦିଆଯାଇଛି । ତେବେ ଗ୍ରାହକ କେବଳ ମିଠା କିଣି ଘରକୁ ନେଇ ପାରିବେ । ପ୍ରାତଃ ଚାଲିବା, କସରତ ଏବଂ ଜଗିଂ ଆଦି କାର୍ଯ୍ୟକୁ ଅନୁମତି ଦିଆଯାଇଛି । କିନ୍ତୁ, ପାର୍କ ଓ ଜିମ୍ ଆଦି ବ ରହିବ ବୋଲି ବୁଧବାର ଦିନ ମୁଖ୍ୟ ଶାସନ ସଚିବ ସୂଚନା ଦେଇଥିଲେ ।
ଏହି ଆଂଶିକ ଲକଡାଉନରେ ସ୍ୱାସ୍ଥ୍ୟ ସେବା, କୋଭିଡ୍ ଟିକା, କୋଭିଡ୍ ପରୀକ୍ଷା, ବଦ୍ୟୁତ୍ ଯୋଗାଣ, ଟେଲିକମ୍, ଅଗ୍ନିଶ୍ରମ ସେବା, ଅନ୍ୟାନ୍ୟ ମୌଳିକ ଏବଂ ଜରୁରୀ କାଳୀନ ସେବା ଆଦି ପୂର୍ବପରି ଚାଲୁ ରହଛି । ବିଭିନ୍ନ ପ୍ରକାର ଦ୍ରବ୍ୟର ହୋମ୍ ଡେଲିଭରି, ଇ-କମର୍ସ, ସମ୍ବାଦ ସଂଗ୍ରହ ଓ ପରିବେଷଣ କାର୍ଯ୍ୟରେ ନିୟୋଜିତ ଗଣ-ମାଧ୍ୟମ, ପେଟ୍ରୋଲ୍ ପମ୍ପ୍, ପେଟ୍ରୋଲିୟମ୍ ଗ୍ୟାସ୍, କୋଲ୍ଡ ଷ୍ଟୋର୍ ଆଦି ଖୋଲା ରହିଛି । ରାସ୍ତାକଡ଼ ଢାବା କେବଳ ଖାଦ୍ୟ ପାର୍ସଲ ଦେବା ପାଇଁ ଖୋଲା ରହିଛି । ବ୍ୟାଙ୍କ, ଏ.ଟି.ଏମ୍, ଋଣ ସମବାୟ ସମିତି ଆଦି ଖୋଲା ରହିଛି । ତେବେ ଏହି ସବୁ କାର୍ଯ୍ୟାଳୟ ସର୍ବନିମ୍ନ କର୍ମଚାରୀଙ୍କୁ ନେଇ ଚାଲିଛି ।