ସୁନୀତା ଲାକ୍ରାଙ୍କୁ ସମ୍ବର୍ଦ୍ଧିତ କଲେ ଓଡିଶା ସରକାର
ଭୁବନେଶ୍ୱର : ଭାରତୀୟ ମହିଳା ହକିକୁ ଉଲ୍ଲେଖନୀୟ ଅବଦାନ ପାଇଁ ସୁନୀତା ଲାକ୍ରାଙ୍କୁ ସମ୍ବର୍ଦ୍ଧିତ କଲେ ଓଡିଶା ସରକାର । ଓଡିଶା ସରକାରଙ୍କ ପକ୍ଷରୁ ଓଡିଶା ହକି ପ୍ରମୋସନ କାଉନସିଲ୍ର ଅଧ୍ୟକ୍ଷ ଦିଲୀପ ତିର୍କୀ କଳିଙ୍ଗ ଷ୍ଟାଡିୟମରେ ସୁନୀତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଓଡିଶା କ୍ରୀଡା ସଚିବ ଆର.ଭିନିଲ କ୍ରିଷ୍ଣା ଉପସ୍ଥିତ ଥିଲେ ।
ଓଡିଆ ଝିଅ ସୁନୀତା ଭାରତୀୟ ମହିଳା ହକି ଟିମର ଜଣେ ପ୍ରମୁଖ ସଦସ୍ୟ ରହଥିଲେ । ୨୦୧୮ ସଂସ୍କରଣର ଏସିଆନ ଚମ୍ପିଆନ୍ସ ଟ୍ରଫିରେ ସେ ଭାରତୀୟ ଟିମର କ୍ୟାପଟେନ ଭାର ମଧ୍ୟ ତୁଲାଇଛନ୍ତି ଓ ଟିମକୁ ରୌପ୍ୟ ପଦକ ବିଜେତା ମଧ୍ୟ କରିଛନ୍ତି । ସେ ୨୦୧୮ ଏସିଆନ ଚମ୍ପିଆନ୍ସ ଟ୍ରଫି ରୌପ୍ୟ ବିଜେତା ଓ ୨୦୧୪ ଏସିଆନ ଗେମ୍ସ ବ୍ରୋଞ୍ଜ ବିଜେତା ଭାରତୀୟ ମହିଳା ହକି ଟିମର ସଦସ୍ୟ ରହି ଓଡିଶାକୁ ଗର୍ବିତ କରିଛନ୍ତି । ହକିରୁ ସନ୍ୟାସ ନେଇସାରିଥିଲେ ମଧ୍ୟ ରାଜ୍ୟର ଯୁବ ହକି ପ୍ରତିଭାଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଛନ୍ତି । କ୍ରୀଡାବିତଙ୍କୁ ପ୍ରୋତ୍ସାହନ ଓ ସେମାନଙ୍କର କଠିନ ପ୍ରରିଶ୍ରମଙ୍କୁ ଉଚିତ୍ ସମ୍ମାନ ଦେଉଥିବାରୁ ସମ୍ବର୍ଦ୍ଧନା ପରେ ସୁନୀତା ଲାକ୍ରା ଓଡିଶା ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।