ବିଗୁଡ଼ିଛି ରାଜ୍ୟର ସ୍ଥିତି : ୪୬୧ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ବଢିବାରେ ଲାଗିଛି । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ଲଗାତର କିଛି ଦିନ ହେବ ରାଜ୍ୟରେ ଦୈନିକ ସଂକ୍ରମିତଙ୍କ ସଖ୍ୟା ୨୦୦ ଶହ ଉପରେ ରହୁଥିବା ବେଳେ ଆଜି ଏହା ୪ ଶହ ମୁହାଁ ହୋଇଛି। ଏହାରି ମଧ୍ୟରେ ଶୁକ୍ରବାର ୨୪ ଜିଲା ଓ ରାଜ୍ୟ ପୁଲ୍ରୁ ୪୬୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ରୁ ୨୭୨ ଓ ସ୍ଥାନୀୟ ଅଞ୍ଚଳରୁ ୧୮୯ ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୪୧ହଜାର ୭୭୨କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୨୭ଜଣ ଥିବାବେଳେ ବାଲେଶ୍ୱର ଜିଲାରୁ ୧୬ଜଣ, ବରଗଡ଼ ଜିଲାରୁ ୩୨ଜଣ, ଭଦ୍ରକ ଜିଲାରୁ ୫ଜଣ, ବଲାଙ୍ଗୀର ଜିଲାରୁ ୩ଜଣ, କଟକ ଜିଲାରୁ ୨୨ଜଣ, ଗଞ୍ଜାମ ଜିଲାରୁ ୫ଜଣ, ଯାଜପୁର ଜିଲାରୁ ୮ଜଣ, ଝାରସୁଗୁଡ଼ା ଜିଲାରୁ ୧୩ଜଣ, କଳାହାଣ୍ଡି ଜିଲାରୁ ୩୬ଜଣ, କନ୍ଧମାଳ ଜିଲାରୁ୪ଜଣ, କେନ୍ଦ୍ରାପଡ଼ା ଜିଲାରୁ ୨ଜଣ, କେନ୍ଦୁଝର ଜିଲାରୁ ୨ଜଣ, ଖୋର୍ଦ୍ଧା ଜିଲାରୁ ୬୯ଜଣ, କୋରାପୁଟ ଜିଲାରୁ ୪ଜଣ, ମୟୁରଭଞ୍ଜ ଜିଲାରୁ ୪ଜଣ, ନବରଙ୍ଗପୁର ଜିଲାରୁ ୯ଜଣ, ନୟାଗଡ଼ ଜିଲାରୁ ଜଣେ, ନୂଆପଡ଼ା ଜିଲାରୁ ୮୬ଜଣ, ପୁରୀ ଜିଲାରୁ ୯ଜଣ, ରାୟଗଡ଼ା ଜିଲାରୁ ୭ଜଣ, ସମ୍ବଲପୁର ଜିଲାରୁ ୧୬ଜଣ, ସୋନପୁର ଜିଲାରୁ ୪ଜଣ, ସୁନ୍ଦରଗଡ଼ ଜିଲାରୁ ୬୨ଜଣ ଏବଂ ରାଜ୍ୟ ପୁଲ୍ରୁ ୧୫ ଜଣ ରହିଛନ୍ତି । ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ମୋଟ୍ ୩,୪୧,୭୭୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୨୫୮୬ ଜଣ ସକ୍ରିୟ ମାମଲା ରହିଥିବା ବେଳେ ୩,୩୭,୨୧୨ଜଣ ସୁସ୍ଥ ହୋଇଛନ୍ତି ।