ବଢୁଛି ସ୍କ୍ରବ ଟାଇଫସ୍ ରୋଗୀ ସଂଖ୍ୟା ! ଜାଣନ୍ତୁ କିପରି ହୋଇଥାଏ ଏହି ସଂକ୍ରମଣ
ଭୁବନେଶ୍ୱର : ରାଜ୍ୟରେ ଚଳିତବର୍ଷ ସ୍କ୍ରବ ଟାଇଫସ୍ ରୋଗ ଦେଖିବାକୁ ମିଳିଛି। ବହୁ ସଂଖ୍ୟାରେ ସ୍କ୍ରବ ଟାଇଫସ ରୋଗୀ ଚିହ୍ନଟ ହେବା ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଚିନ୍ତା ବଢ଼ାଇଛି। ସରକାରୀ ସ୍ତରରେ ଏସବୁ ରୋଗର ନିୟନ୍ତ୍ରଣ ପାଇଁ ଅନେକ ପଦକ୍ଷେପ ନିଆଯାଉଛି। ରାଜ୍ୟରେ ପାଖାପାଖି ୪ ଶହରୁ ଅଧିକ ଲୋକ ସ୍କ୍ରବ ଟାଇଫସ୍ ଚିହ୍ନଟ ହୋଇଥିବା ବେଳେ ଏହାର ଚିକିତ୍ସା ଅତି ସହଜରେ ହୋଇପାରେ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।
ପାଣିଗ୍ରାହୀଙ୍କ କହିବାନୁସାରେ, ଏହା ଏକ ବ୍ୟାକ୍ଟେରିଆ ଜନିତ ରୋଗ। ଏହାର ବିଶେଷ ଭାବରେ ଅଧିକ ଦିନ ପର୍ଯ୍ୟନ୍ତ ଜ୍ୱର ଲାଗି ରହିଥାଏ। ପାଖାପାଖି ୪ ଶହରୁ ଅଧିକ ଲୋକ ସ୍କ୍ରବ ଟାଇଫସ୍ ଚିହ୍ନଟ ହୋଇ ସାରିଲାଣି ବୋଲି ସୂଚନା ମିଳିଛି। ଏନେଇ ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପଣିଗ୍ରାହୀ କହିଛନ୍ତି ଯେ ଏହା ଆଗରୁ ରହିଛି। ପୂର୍ବରୁ ଅନେକରୋଗୀ ଆସିଥାନ୍ତି। ବିଶେଷ ଭାବରେ ଏହାର ଲକ୍ଷଣ ହେଉଛି।
ଯଦି ଗୋଟିଏ ଟିଙ୍କ କାମୁଡେ ତେବେ ସେହି ସ୍ଥାନଟି ସଂକ୍ରମଣ ହେଇଯାଏ । ଏହା ଦ୍ବାରା ବହୁ ଜଟିଳତା ରୋଗରେ ବ୍ୟକ୍ତିଟି ପୀଡିତ ହେବାର ସମ୍ଭାବନା ରହିଛି । ଜ୍ବର ବହୁତ ଦିନ ଲାଗି ରହେ। ଯଦି ଜ୍ବର ଅଧିକ ଦିନ ଲାଗି ରହିଲା ତେବେ ଏହାର ସାଧାରଣ କାରଣ ହେଉଛି ସ୍କ୍ରବ ଟାଇଫସ୍ । ଏଥିରେ ଆକ୍ରାନ୍ତ ହୋଇଥିବା ରୋଗୀ ଅତି ସହଜରେ ଚିକିତ୍ସା ହୋଇପାରିବେ। ଏଥିରେ ବିଶେଷ କିଛି ଅସୁବିଧା ନାହିଁ ବୋଲି ସେ କହିଛନ୍ତି ।
ଟିଙ୍କ କାମୁଡ଼ିବାର ଦୀର୍ଘ ଦିନ ଧରି ଏହାର ଲକ୍ଷଣ ଦେଖିବାକୁ ମିଳିଥାଏ । ସ୍କ୍ରବ ଟାଇଫସ୍ ଯୋଗୁଁ ଜ୍ବର, ଥଣ୍ଡା, ମୁଣ୍ଡବିନ୍ଧା ସହିତ ଶରୀର କୁଣ୍ଡାଇ ହେବା ଓ ମାଂସପେଶୀରେ ଯନ୍ତ୍ରଣା ଭଳି ଲକ୍ଷଣ ଦେଖିବାକୁ ମିଳିଥାଏ । ଠିକ୍ ସମୟରେ ଏହାର ଚିକିତ୍ସା କରାନଗଲେ ଏହା ଘାତକ ସାବ୍ୟସ୍ତ ହୋଇପାରେ । ବିଶେଷ କରି ଜଙ୍ଗଲିଆ ଅଞ୍ଚଳରେ ବସବାସ କରୁଥିବା ଲୋକମାନେ ଏହାଦ୍ଵାରା ଆକ୍ରାନ୍ତ ହେବାର ଆଶଙ୍କା ଅଧିକ ରହିଥାଏ ।