କୋଭିଡ୍ ଯୋଗୁଁ ବଢିଛି ମାନସିକ ଅବସାଦ ରୋଗୀଙ୍କ ସଂଖ୍ୟା
ଭୁବନେଶ୍ୱର : କୋଭିଡ କାରଣରୁ ରାଜ୍ୟରେ ମାନସିକ ଅବସାଦ ରୋଗୀଙ୍କ ସଂଖ୍ୟା ବହୁ ସଂଖ୍ୟାରେ ବଢିଛି । ତେବେ ଏହି ପରିସ୍ଥିତିର କିପରି ସମାଧାନ ହୋଇ ପାରିବ ସେଥିପାଇଁ ସବୁ ଜିଲ୍ଲାର ମାନସିକ ଚିକିତ୍ସା ୟୁନିଟଗୁଡ଼ିକ ମାଧ୍ୟମରେ ମୋବାଇଲ ମେଂଟାଲ ହେଲଥ୍ ୟୁନିଟ୍ ଗଠନ କରାଯାଇଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦେଶକ ନିରଂଜନ ମିଶ୍ର କହିଛନ୍ତି ।
ସେ କହିଛନ୍ତି ଏହି ମେଂଟାଲ ହେଲଥ୍ ୟୁନିଟଗୁଡ଼ିକ ସଙ୍ଗରୋଧ କେନ୍ଦ୍ରକୁ ଯାଉଥିଲେ ଏବଂ ଲୋକମାନଙ୍କର ମାନସିକ ସମସ୍ୟା ନିବାରଣ କରିବାକୁ ଚେଷ୍ଟା କରୁଥିଲେ । ମାନସିକ ରୋଗୀ ବିଭାଗରେ କଲ ସେଂଟର ମଧ୍ୟ ସ୍ଥାପନ କରାଯାଇଛି । ଏହି କାର୍ଯ୍ୟକ୍ରମ ପାଇଁ କେନ୍ଦ୍ର ସରକାର ରାଜ୍ୟକୁ ପୁରସ୍କୃତ କରିଛନ୍ତି । ତେବେ ଏହି କାର୍ଯ୍ୟ କିପରି ଆଗକୁ ଆହୁରି ତ୍ୱରାନ୍ୱିତ ହୋଇପାରିବ ସେ ଦିଗରେ ବୈଠକ ମାଧ୍ୟମରେ ଆଲୋଚନା ହୋଇଛି । ଏଥିପାଇଁ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ସ୍ୱତନ୍ତ୍ର ନିର୍ଦେଶ ଦିଆଯାଇଛି ।