ପେଗାସସ ମାମଲାରେ ପଶ୍ଚିମବଙ୍ଗ ସରକାରଙ୍କୁ ନୋଟିସ୍
ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ପେଗାସସ୍ ଜାସୁସୀ ମାମଲାରେ ପଶ୍ଚିମବଙ୍ଗ ସରକାରଙ୍କ ଯାଂଚ ପେନାଲକୁ ଭାଙ୍ଗିବା ଶୁଣାଣୀ କରି ପଶ୍ଚିମବଙ୍ଗ ସରକାରଙ୍କୁ ନୋଟିସ୍ ଜାରି କରିଛି । ଗ୍ଲୋବଲ ବିଲେଜ ଫାଉଣ୍ଡେସନ ନାମକ ଏନ୍ଜିଓ ଆବେଦନ ଦାୟର କରିଛି । ଆବେଦନରେ କୁହାଯାଇଛି ଯେ ଏହି ମାମଲାର ଯାଂଚ ରାଷ୍ଟ୍ରୀୟ ସ୍ତରରେ ଟେକ୍ନିକାଲ ବିଶେଷଜ୍ଞ ଦ୍ୱାରା କରିବା ଦରକାର । ଆବେଦନରେ କୁହାଯାଇଛି ଯେ ଏହି ବିଷୟରେ ଗମ୍ଭୀରତା ଏବଂ ଦେଶର ନାଗରିକ ଉପରେ ତାଙ୍କ ପ୍ରଭାବ ତଥା ସୀମା ଆରପଟେ ହେବା ପରିଣାମକୁ ଦେଖି ପେଗାସସ ମାମଲାର ଗମ୍ଭୀର ଯାଂଚର ଆବଶ୍ୟକତା ରହିଛି । ତା’ର ଅଲଗା ଅଲଗା ଯାଂଚ ହୋଇପାରିବ ନାହିଁ ଯେମିତି ପଶ୍ଚିମବଙ୍ଗ ସରକାର ଦ୍ୱାରା ଯାଂଚ କରାଯିବାର କୋଶିସ୍ କରାଯାଉଛି । ଉଲ୍ଲେଖନୀୟ ଯେ ପଶ୍ଚିମବଙ୍ଗ ସରକାର ସୁପ୍ରିମକୋର୍ଟର ପୂର୍ବତନ ଜଜ୍ ଜଷ୍ଟିସ୍ ମଦନ ବି ଲୌକୁରଙ୍କ ଅଧ୍ୟକ୍ଷତାରେ ଏକ ଯାଂଚ ପେନାଲ୍ ଗଠନ କରାଯାଇଛି ।