ସତ କହୁନାହାନ୍ତି ଠକ ନକଲି ଡାକ୍ତର, ହେବ ପଲିଗ୍ରାଫ ଟେଷ୍ଟ
ଭୁବନେଶ୍ୱର : ଠକ ନକଲି ଡାକ୍ତର ରମେଶ ସ୍ବାଇଁର ହେବ ପାଲିଗ୍ରାଫ ଟେଷ୍ଟ । ଆସନ୍ତା ବୁଧବାର ପଲିଗ୍ରାଫ ଟେଷ୍ଟ ପାଇଁ ପୋଲିସକୁ କୋର୍ଟ ଅନୁମତି ଦେଇଛନ୍ତି । ସୋମବାର ପଲିଗ୍ରାଫ ଟେଷ୍ଟ ପାଇଁ ଆବେଦନ କରିଥିଲା ମହିଳା ଥାନା ପୋଲିସ । ତଥ୍ୟ ଲୁଚାଇବା ସହ ଭ୍ରମିତ କରୁଥିବାରୁ ପଲିଗ୍ରାଫ ଟେଷ୍ଟ ଆବେଦନ କରିଥିଲା ପୋଲିସ ।
ସୂଚନା ଯେ, ମେଡିକାଲ ପାଠ ତ ଦୂରର କଥା, ବାବୁ ମାଟ୍ରିକ ହୁଡା ଡେଇଁ ନାହାନ୍ତି । କଲେଜ ପିଣ୍ଢା ତାଙ୍କ ପାଇଁ ସ୍ବପ୍ନ । ତଥାପି ଡାକ୍ତରର ପରିଚୟ ଦେଇ ସାରା ଦେଶରେ ବାବୁ ୧୯ ମହିଳାଙ୍କୁ ବାହା ହୋଇଛନ୍ତି । ବହୁ ମହିଳାଙ୍କୁ ବିବାହ କରିବାକୁ ବାବୁ କୁଆଡେ ନୂଆ ନୂଆ ଡେଟ୍ ଫିକ୍ସ କରିଥିଲେ । ଠକଙ୍କ ସମ୍ପର୍କରେ ଜାଣିବା ପରେ ବେହୋସ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ନୂଆ ବାହା ହୋଇଥିବା ତାଙ୍କ ଗୌହାଟିର ଜନୈକ ପତ୍ନୀ । କଟକ ଓ ବଡମ୍ବାରେ ଲାଇଭ ସ୍କାନ ଚେନ ନାମକ ଏକ କ୍ଲିନିକ କରିଥିଲେ । ସେଠାରେ ୧୫ ଜଣ ମହିଳାଙ୍କୁ ସେ ଦରମା ଦେଇ ନଥିଲେ । କଟକରେ କିଛି ଡାକ୍ତରଙ୍କୁ ମଧ୍ୟ ଦରମା ନାଁରେ ଫଲସ୍ ଚେକ ଦେଇ ସେ ଠକିଛନ୍ତି । ଆହୁରି ମଧ୍ୟ କଟକରେ ଜଣେ ଡାକ୍ତରଙ୍କ ପୁଅଠାରୁ ମେଡିକାଲ କଲେଜରେ ଆଡ଼ମିସନ କରିବାକୁ କହି ୬୦ ହଜାର ଟଙ୍କା ଠକିଥିବା ଅଭିଯୋଗ ହୋଇଥିଲା ।