ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ : ଭିଜିଲାନ୍ସ ଜାଲରେ ନିୟନ୍ତ୍ରିତ ବଜାର ପରିଷଦ ସମ୍ପାଦକ
ସୁନ୍ଦରଗଡ଼ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସର୍ଗିପାଲୀର କୋଅପରେଟିଭ ସୋସାଇଟି ଓ ନିୟନ୍ତ୍ରିତ ବଜାର କମିଟି ଇନ୍ସପେକ୍ଟର ଏବଂ ସମ୍ପାଦକ ବନମାଳୀ ନାଏକଙ୍କ ବିଭିନ୍ନ ଠିକଣାରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ସୁନ୍ଦରଗଡ଼ ତଳସଙ୍କରା ମଉଜାରେ ଥିବା ଦୁଇଟି ତିନି ମହଲା କୋଠା, ଦୁଇ ମହଲା କୋଠା, କୁକୁର ଡିହିରେ ଥିବା ପୈତୃକ ଘର, ସରେଇକେଲା ସ୍ଥିତ ସଂପର୍କୀୟଙ୍କ ଘର ସମେତ ସୁନ୍ଦରଗଡ଼ ସହରରେ ନାଏକଙ୍କ ଅଫିସ ଚାମ୍ବରରେ ଚଢ଼ାଉ ଚାଲିଛି ।
ସୂଚନା ଯେ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ ନିୟନ୍ତ୍ରିତ ବଜାର ପରିଷଦ ସମ୍ପାଦକ ବନମାଳୀ ନାଏକ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ରହିଛି । ତେବେ ଚଢାଉ ହେଉଥିବା ସ୍ଥାନ ମଧ୍ୟରେ ସୁନ୍ଦରଗଡସ୍ଥିତ ଅଫିସ, ସୁନ୍ଦରଗଡ ତଳଶଙ୍କରା ମୌଜାରେ ଦୁଇଟି ୩ ମହଲା ବିଶିଷ୍ଟ ଘର, ସୁନ୍ଦରଗଡ ତଳଶଙ୍କରା ମୌଜାରେ ଗୋଟିଏ ଦୁଇ ମହଲା ବିଶିଷ୍ଟ ଘର, ସୁନ୍ଦରଗଡ କିଞ୍ଜିରିକେଲା ଥାନା ଅନ୍ତର୍ଗତ କୁକୁରିଡିହିସ୍ଥିତ ପୈତୃକ ଘର, ସୁନ୍ଦରଗଡ ଲେଫ୍ରିପଡା ସରେଇକେଲାସ୍ଥିତ ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସର ଚଢାଉ ରହିଛି । ସୁନ୍ଦରଗଡ ଭିଜିଲାନ୍ସ ସ୍ପେଶାଲ କୋର୍ଟଙ୍କ ନିର୍ଦ୍ଦେଶରେ ଏହି ଚଢାଉ ଜାରି ରହିଛି । ଭିଜିଲାନ୍ସର ଏହି ଚଢାଉରେ ୫ ଜଣ ଡିଏସ୍ପି, ୭ ଜଣ ଇନସ୍ପେକ୍ଟର, ୪ ଜଣ ଏଏସ୍ ଆଇ ଏବଂ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି ।