ମେଡିସିନ୍ ପାଇଁ ନୋବେଲ ପୁରସ୍କାର ପାଇବେ ଆମେରିକୀୟ ବୈଜ୍ଞାନିକ ଡେଭିଡ୍ ଜୁଲିୟସ୍ ଓ ଆର୍ଡମ୍ ପାଟାପୁଟିଆନ୍
ୱାସିଂଟନ : ଆମେରିକାର ବୈଜ୍ଞାନିକ ଡେଭିଡ୍ ଜୁଲିୟସ୍ ଏବଂ ଆର୍ଡମ୍ ପାଟାପୁଟିଆନ୍ଙ୍କୁ ଫିଜିଓଲୋଜି ବା ମେଡିସିନ୍ ପାଇଁ ମିଳିତ ଭାବରେ ୨୦୨୧ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି । ତାପମାତ୍ରା ଏବଂ ସ୍ପର୍ଶ ପାଇଁ ରିସେପ୍ଟର ଆବିଷ୍କାର ପାଇଁ ଉଭୟଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ନୋବେଲ କମିଟିର ସେକ୍ରେଟେରୀ ଜେନେରାଲ୍ ଥୋମାସ୍ ପର୍ଲମାନ ସୋମବାର ଏହି ବିଜେତାମାନଙ୍କ ନାମ ଘୋଷଣା କରିଛନ୍ତି ।
ନୋବେଲ କମିଟିର ପାଟ୍ରିକ୍ ଏର୍ନଫର୍ସ କହିଛନ୍ତି ଯେ ଜୁଲିୟସ୍ ସ୍ନାୟୁର ସେନ୍ସର ଚିହ୍ନଟ କରିବା ପାଇଁ ଲଙ୍କା ର ଏକ ଉପାଦାନ କ୍ୟାପସାଇସିନ୍ ବ୍ୟବହାର କରିଥିଲେ । ଚର୍ମର ତାପମାତ୍ରା ଉପରେ ସ୍ନାୟୁ ସେନସର ପ୍ରତିକ୍ରିୟା କରେ । ସେ କହିଛନ୍ତି ଯେ ପାଟାପୁଟିଆନ୍ କୋଷଗୁଡ଼ିକରେ ବିଭିନ୍ନ ଚାପ ସମ୍ବେଦନଶୀଳ ସେନ୍ସର ଚିହ୍ନଟ କରିଥିଲେ । ପର୍ଲମାନ କହିଛନ୍ତି, ଏହା ପ୍ରକୃତରେ ପ୍ରକୃତିର ଗୋଟିଏ ରହସ୍ୟକୁ ପ୍ରକାଶ କରିଥାଏ ।ଏହା ପ୍ରକୃତିରେ କିଛି ଯାହା ଆମ ଅସ୍ତିତ୍ୱ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । ତେଣୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ଗଭୀର ଆବିଷ୍କାର । ଏହି ସମ୍ମାନଜନକ ପୁରସ୍କାରରେ ସେମାନଙ୍କୁ ଏକ ସ୍ୱର୍ଣ୍ଣ ପଦକ ଏବଂ ୧୦ ନିୟୁତ ସ୍ୱିଡେନ କ୍ରୋନୋର (ପ୍ରାୟ ୧୧.୪ ନିୟୁତ ଆମେରିକୀୟ ଡଲାର) ମିଳିବ ।